samalei

ଆସନ୍ତା ୨୭ରେ ଲୋକାର୍ପଣ ହେବ ମାଆ ସମଲେଇଙ୍କ ପ୍ରକଳ୍ପ, ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 

  • Post category:ଓଡିଶା
  • Reading time:1 mins read

ଏଏନଏସ: ଆସନ୍ତା ୨୭ ତାରିଖରେ ଲୋକାର୍ପଣ ହେବ ମାଆ ସମଲେଇ ପ୍ରକଳ୍ପ। ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେଥିପାଇଁ ସମ୍ବଲପୁର ଜିଲ୍ଲା ପ୍ରଶାସନ ତରଫରୁ ଏକ ସ୍ୱତନ୍ତ୍ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉତ୍ତରାଞ୍ଚଳ ରାଜସ୍ବ କମିଶନର ଡକ୍ଟର ସୁରେଶ ଚନ୍ଦ୍ର ଦଳେଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ। ଅତିଥିଙ୍କର ସମାଗମ ହେଉଥିବା କାରଣରୁ ସମସ୍ତ କାର୍ଯ୍ୟ ତ୍ୱରାନ୍ୱିତ କରାଯାଉଛି।

ଏଥିସହ କଣ୍ଟ୍ରୋଲ ରୁମ, ସିସି ଟିଭି ସେଟ, ପୋଲିସ କଣ୍ଟ୍ରୋଲ ରୁମ, ଆମ୍ବୁଲାନ୍ସ ଓ ଡାକ୍ତର, ହେଲ୍ପ ଡେସ୍କ ଗଣମାଧ୍ୟମ ପରିଚାଳନା ଇତ୍ୟାଦିଙ୍କୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଡ୍ରିମ ପ୍ରୋଜେକ୍ଟ ହୋଇଥିବା କାରଣରୁ ସେ ନିଜେ ଏହି ପ୍ରକଳ୍ପର ଲୋକାର୍ପଣ କରିବେ ବୋଲି ସୂଚନା ରହିଛି| ଉତ୍ତରାଞ୍ଚଳ ଆଇଜି, ଜିଲ୍ଲାପାଳ ଅତିରିକ୍ତ ଜିଲ୍ଲାପାଳଙ୍କ ସହ ଟ୍ରଷ୍ଟ ସଭାପତି ମଧ୍ୟ ଏହି ବୈଠକରେ ଉପସ୍ଥିତ ରହିଥିଲେ।

ଅନ୍ୟମାନଙ୍କୁ ଜଣାନ୍ତୁ।