You are currently viewing ଯୁବକଙ୍କ ଉପରେ ମାଡ଼ିଗଲା ଟ୍ରକ୍

ଯୁବକଙ୍କ ଉପରେ ମାଡ଼ିଗଲା ଟ୍ରକ୍

  • Post category:ଓଡିଶା
  • Reading time:1 mins read

ବଲାଙ୍ଗିର (ଏ ଏନ୍ ଏସ)୦୮/୧୧, ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଅନ୍ତର୍ଗତ ପତ୍ରାପାଲି(କ) ଗାଁରେ ଜଣେ ଯୁବକଙ୍କ ଉପରେ ମାଡ଼ିଯାଇଛି ଚାଉଳ ବୋଝେଇ ଟ୍ରକ । ମୃତ ଯୁବକ ଜଣଙ୍କ ହେଲେ ମାଧବ ମାଝୀ।

ଆଜି ସକାଳେ ମାଧବ ନିଜର ନିତ୍ୟକର୍ମ ସାରିବା ପାଇଁ ଗାଁ ପାଖ ପୋଖରୀକୁ ଯାଉଥିଲେ। ଏହି ସମୟରେ ଏକ  ଟ୍ରକ୍‌ ଦ୍ରୁତଗତିରେ ଆସି ମାଧବଙ୍କ ଉପରେ ମାଡ଼ିଯାଇଥିଲା। ଯାହାଫଳରେ ଘଟଣାସ୍ଥଳରେ ମାଧବଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ସାମାନ୍ଯ ଉତ୍ତେଜନା ପ୍ରକାଶ ପାଇଛି।

ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ମୁରିବାହାଲ- ବଙ୍ଗୋମୁଣ୍ଡା ରାସ୍ତା ଅବରୋଧ କରିଛନ୍ତି। ରାସ୍ତା ଅବରୋଧ ଯୋଗୁ ଉଭୟ ପାର୍ଶ୍ୱରେ ଗାଡ଼ି ମଟର ଅଟକି ରହିଛି। ଗ୍ରାମବାସୀ ଗାଡ଼ି ସହିତ ଡ୍ରାଇଭରକୁ ଅଟକ ରଖିଥିଲେ। ମୁରିବାହାଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି।

ଅନ୍ୟମାନଙ୍କୁ ଜଣାନ୍ତୁ।