You are currently viewing ମହାପ୍ରସାଦ ସେବନ କଲେ ମହାମହିମା

ମହାପ୍ରସାଦ ସେବନ କଲେ ମହାମହିମା

  • Post category:ଓଡିଶା
  • Reading time:1 mins read

ପୁରୀ (୧୦.୧୧.୨୨) : ଆଜିଠାରୁ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ମହାମହିମା ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ଭୁବନେଶ୍ୱର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବାରେ ତାଙ୍କୁ ଉତ୍ସୋସିତ ସମ୍ବୋର୍ଦ୍ଧନା ଜ୍ଞପାନ କରାଯାଇଥିଲା । ପରେ ବାୟୁ ସେନାର ହେଲିକପ୍ଟର ଯୋଗେ ପୁରୀ ଗସ୍ତ କରିଥିଲେ ରାଷ୍ଟ୍ରପତି ।

ପ୍ରାୟ ୨ କିଲୋମିଟର ଧରି ବଡଦାଣ୍ଡରେ ସମସ୍ତ ପ୍ରୋଟକଲକୁ ଏଡାଇ ଯାଇ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଚାଲିଚାଲି ଯାଇଥିଲେ ରାଷ୍ଟ୍ରପତି । ପରେ ମନ୍ଦିର ଭିତରେ ୩ ଠାକୁରଙ୍କୁ ଦର୍ଶନ ପରେ ଜଗନାଥଙ୍କ ପ୍ରଥମ ସେବକ ଗଜପତି ଦିବ୍ୟସିଂହ ଦେବ ଓ ରାଣୀଙ୍କ ସହ ରାଷ୍ଟ୍ରପତି ମୁର୍ମୁ ମହାପ୍ରସାଦ ସେବନ କରିଥିଲେ । ଏହି ସମୟରେ ରାଷ୍ଟ୍ରପତିଙ୍କ କନ୍ୟା ମଧ୍ୟ ତାଙ୍କ ପାଖରେ ବସି ମହାପ୍ରସାଦ ସେବନ କରିବାର ଦେଖାଯାଇଥିଲା ।

ଅନ୍ୟମାନଙ୍କୁ ଜଣାନ୍ତୁ।