You are currently viewing ମହାଶିବରାତ୍ରୀ: ଆଖଣ୍ଡଳମଣିଙ୍କ ପୀଠରେ ଭୋର ୪ଟା ୩୦ରେ ଉଠିବ ମହାଦୀପ

ମହାଶିବରାତ୍ରୀ: ଆଖଣ୍ଡଳମଣିଙ୍କ ପୀଠରେ ଭୋର ୪ଟା ୩୦ରେ ଉଠିବ ମହାଦୀପ

ଚାନ୍ଦବାଲି(ଏଏନଏସ)- ୨୮/୦୨,ଆସନ୍ତାକାଲି ମହାଶିବରାତ୍ରୀ । ଏଥିପାଇଁ ଚଳଚଞ୍ଚଳ ବାବା ଆଖଣ୍ଡଳମଣିଙ୍କ ପୀଠ। ବାବା ଆଖଣ୍ଡଳମଣିଙ୍କ ଜାଗରଯାତ୍ରା ନୀତିକାନ୍ତି ଅନୁଯାୟୀ, ମଙ୍ଗଳବାର ଦିନ ଭୋର ୪ଟାରେ ଆଳତୀ ହେବ । ଭୋର ୪ଟା ୩୦ମି. କନିକାରାଜାଙ୍କର ପହିଲି ଘର୍ଷଣ ଲାଗି କରାଯିବ । ଏହାପରେ ସକାଳ ୫ଟାରେ ପାଳିଆ ସେବାୟତ ପକ୍ଷରୁ ଖେଚୁଡି ଅନ୍ନନୀତି ଭୋଗ ଲାଗି। ସକାଳ ୫ଟାରୁ ରାତ୍ର ୧୧ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ। ସେହିପରି ରାତି ୧୧ଟା ଚତୁର୍ଥପ୍ରହର ପୂଜା , ଘୃତସ୍ନାନ, ଘର୍ଷଣଲାଗି, ୧୦୮କଳସ ଜଳଲାଗି, ପଞ୍ଚ ଉପଚାର ପୂଜା । ରାତି ୧୨ଟା ମଣିବାବାଙ୍କ ସୁନାବେଶ ଆରମ୍ଭ ହୋଇ ରାତି ୧ଟା ୩୦ମି. ସୁନାବେଶ ସମ୍ପନ୍ନ ହେବ । ତେବେ ଏହିସମୟରେ ସର୍ବସାଧାରଣ ଦର୍ଶନ ମନା ରହିଛି । ଶେଷରେ ରାତି ୨ଟାରେ ମହାଦୀପ ଉଠିବା ପାଇଁ ପ୍ରସ୍ତୁତି ଆରମ୍ଭ ହେବ । ଭୋର ୪ଟାରେ ମହାଦୀପ ବେଢା ପରିକ୍ରମା କରିବା ପରେ ଭୋର ୪ଟା ୩୦ମି ରୁ ୫ଟା ମଧ୍ୟରେ ମହାଦୀପ ମନ୍ଦିରଚୂଡାରେ ସ୍ଥାପନ ହେବ ।

ଅନ୍ୟମାନଙ୍କୁ ଜଣାନ୍ତୁ।