You are currently viewing ରାସ୍ତା କାମରେ ନିୟୋଜିତ ଜେସିବି ଜାଳିଦେଲେ ମାଓବାଦୀ

ରାସ୍ତା କାମରେ ନିୟୋଜିତ ଜେସିବି ଜାଳିଦେଲେ ମାଓବାଦୀ

କନ୍ଧମାଳ(ଏଏନଏସ)୦୮.୦୨.୨୦୨୨, କନ୍ଧମାଳରେ ନିଜ ଉପସ୍ଥିତି ଜାହିର କଲେ ମାଓବାଦୀ । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା କିଆମୁଣ୍ଡା ଠାରେ ରାସ୍ତା କାମରେ ନିୟୋଜିତ ଥିବା ଜେସିବି ଓ ଟ୍ରାକ୍ଟରକୁ ପୋଡିଦେଇଛନ୍ତି ମାଓବାଦୀ । ମାଶ୍ରୀପଡାଠାରୁ କରାଣ୍ଡିବାଲି ପର୍ଯ୍ୟନ୍ତ ହେଉଥିଲା ରାସ୍ତା କାମ । ମାଓବାଦୀମାନେ ସେଠାରେ ପୋଷ୍ଟର ଓ ବ୍ୟାନର ମଧ୍ୟ ଲଗାଇଛନ୍ତି । ପୋଷ୍ଟରରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ବର୍ଜନ କରିବା ସହ ପୋଲିସ ଓ ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ପ୍ରସଙ୍ଗ ଉଲ୍ଲେଖ କରିଛନ୍ତି । ପୋଷ୍ଟରଟି ସିପିଆଇ ମାଓବାଦୀ ପାର୍ଟି ପକ୍ଷରୁ ଲେଖାଯାଇଥିବା ଉଲ୍ଲେଖ ରହିଛି।

ଅନ୍ୟମାନଙ୍କୁ ଜଣାନ୍ତୁ।