ପୁରୀ, ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି । ଘରେ ଘରେ ମକର ଚାଉଳ ଓ ପିଠାପଣାର ଆସର। କରୋନା କଟକଣା ମଧ୍ୟରେ ମକର ଯାତ୍ରା ଅନୁଷ୍ଠିତ ହେଉଛି । ତେବେ ଶ୍ରୀମନ୍ଦିରରେ ମଧ୍ୟ ମକର ସଂକ୍ରାନ୍ତି ବେଶ ଧୁମଧାମରେ ପ୍ରତିବର୍ଷ ପାଳନ କରାଯାଏ । ଶ୍ରୀମନ୍ଦିରରେ ମକର ଚୌରାଅଶୀ ବେଶରେ ବିଭୂଷିତ ହୋଇଥାନ୍ତି ଶ୍ରୀଜିଉ। ବିଭିନ୍ନ ରୀତିନୀତି ପାଳନ କରାଯାଇଥାଏ ମନ୍ଦିରରେ । ମକରସଂକ୍ରାନ୍ତି ଅବସରରେ ମକରଚାଉଳ ଭୋଗ ସହ ମହାପ୍ରଭୁଙ୍କ ମକରବେଶ ଦେଖିବା ପାଇଁ ଆଜି ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ । କିନ୍ତୁ ଚଳିତ ବର୍ଷ କରୋନା କଟକଣା ପାଇଁ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ ଥିବାରୁ ବେଶି ଲୋକଙ୍କ ଭିଡ ଜମି ନାହିଁ ମନ୍ଦିର ପରିସରରେ । ତେବେ କହିରଖୁଛୁ ଯେ, ଆସନ୍ତା ୨୧ ତାରିଖରୁ ଶ୍ରୀ ମନ୍ଦିରକୁ ଯିବା ପାଇଁ କୋଭିଡ ନେଗେଟିଭ ରିପୋର୍ଟର ଆବଶ୍ୟକ ପଡିବ ନାହିଁ ।

ମହାପ୍ରଭୁଙ୍କ ମକର ଚୌରାଅଶୀ ବେଶ
- Post published:January 14, 2021
- Post category:ଓଡିଶା
- Reading time:1 mins read