You are currently viewing ଭଦ୍ରକ କାରାଗାରରେ ଅଭାବନୀୟ କାଣ୍ଡ, ହାତ ଓ ଗୁପ୍ତାଙ୍ଗ କାଟି ଗୁରୁତର ଅବସ୍ଥାରେ ବିଚାରଧିନ ବନ୍ଦୀ

ଭଦ୍ରକ କାରାଗାରରେ ଅଭାବନୀୟ କାଣ୍ଡ, ହାତ ଓ ଗୁପ୍ତାଙ୍ଗ କାଟି ଗୁରୁତର ଅବସ୍ଥାରେ ବିଚାରଧିନ ବନ୍ଦୀ

ଭଦ୍ରକ (ଏଏନ୍ଏସ୍): ହାତ ଓ ଗୁପ୍ତାଙ୍ଗ କାଟିଲେ ବିଚାରଧୀନ ବନ୍ଦୀ। ଗୁରୁତର ଅବସ୍ଥାରେ କଟକ ବଡ଼ଡ଼ାକ୍ତରଖାନାକୁସ୍ଥାନାନ୍ତର। ସ୍ତ୍ରୀଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେବା ଅଭିଯୋଗରେ କିଛି ଦିନ ତଳେ ଜେଲ ଆସିଥିଲେ। ଜେଲ ଭିତରେ ଥିବା ପାଇଖାନା ଯିବାକୁ କହି ପାଇଖାନା ଭିତରେ ଧାରୁଆ ଅସ୍ତ୍ରରେ ହାତ ଓ ଗୁପ୍ତାଙ୍ଗ କାଟିଥିବା ବେଳେ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହେଲେ ବିଚାରଧୀନ ବନ୍ଦୀ। 

ଭଦ୍ରକ ଜିଲ୍ଲା ତିହିଡି ଥାନା ଅଧିନ କୋହ୍ଲ ଅଞ୍ଚଳର ସୁଶାନ୍ତ ମାଝୀଙ୍କ ନାଁରେ ତାଙ୍କ ସ୍ତ୍ରୀ ତିହିଡି ଥାନାରେ ଅଭିଯୋଗ କରିଥିଲେ। ସ୍ତ୍ରୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ଅଭିଯୋଗ ପରେ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତେବେ ଅପରାହ୍ନ ସମୟରେ ପାଇଖାନା ଯାଇଥିଲେ ସୁଶାନ୍ତ। ତେବେ ସେଠାରେ ଧାରୁଆ ଅସ୍ତ୍ରରେ ନିଜ ହାତ ଓ ଗୁପ୍ତାଙ୍ଗ କାଟିଥିବା ସୂଚନା ମିଳିବା ପରେ ଜେଲ କର୍ମଚାରୀ ମାନେ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଅସ୍ତ୍ରୋପଚାର ପରେ ମଧ୍ୟ ଅବସ୍ଥାରେ ସୁଧାର ନ ଆସିବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ଏଠି ପ୍ରଶ୍ନ ଉଠୁଛି ଜେଲ୍ ଭିତରେ ଏତେ ସୁରକ୍ଷା ଥିବାବେଳେ କିଭଳି ଭାବେ ଧାରୁଆ ଅସ୍ତ୍ର ଜେଲ୍ ଭିତରକୁ ଗଲା। ଜେଲ୍ କର୍ମଚାରୀ କିଭଳି ଭାବେ ଜାଣି ପାରିନଥିଲେ । ସୁରକ୍ଷାରେ ଢିଲା ନାଁ ଏହା ପଛରେ ଆଉ କିଛି କାରଣ ରହିଛି ତାହା ତଦନ୍ତ ହେଲେ ଜଣାପଡିବ ।

ଅନ୍ୟମାନଙ୍କୁ ଜଣାନ୍ତୁ।