stones

ରତ୍ନ ପଥର ଖନନ ବେଳେ ଅଘଟଣ: ଚାଲିଗଲା ଶ୍ରମିକଙ୍କ ଜୀବନ 

  • Post category:ଓଡିଶା
  • Reading time:1 mins read

ଏଏନଏସ: ବୌଦ୍ଧ କୁଲାରୀକୁଦା ମହାନଦୀ ଘାଟରେ ରତ୍ନ ପଥର ଖନନ ବେଳେ ଅଘଟଣ। ଗତକାଲି ଠାରୁ ପଥର ସନ୍ଧିରେ ଫସି ରହିଥିବା ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଗତକାଲି ରତ୍ନପଥର ଖନନ ପ୍ରକ୍ରିୟା ଚାଲିଥିବା ବେଳେ ଜଣେ ଶ୍ରମିକ ଏକ ବିରାଟ ପଥରରେ ଫସିଯାଇଥିଲେ । ପରେ ଶ୍ରମିକମାନେ ଉଦ୍ଧାର ପାଇଁ ଯେତେ ଚେଷ୍ଟା କରିଥିଲେ ମଧ୍ୟ ସଫଳ ନହେବାରୁ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଘଟଣାର ୬ଘଣ୍ଟା ପରେ ରାତି ପ୍ରାୟ ୧୦ଟା ବେଳେ ଅଗ୍ନିଶମ ବାହୀନି ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । କିନ୍ତୁ ବିଶାଳକାୟ ପଥରକୁ ହଟାଇବା ସମ୍ଭବ ହୋଇନଥିଲା । ଆଜି ସକାଳୁ ବି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।