You are currently viewing ମନୀଷ ମୃତ୍ୟୁ ମାମଲା,କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ

ମନୀଷ ମୃତ୍ୟୁ ମାମଲା,କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନ୍‌ଏସ୍‌)୨୨/୧୦: ବହୁ ଚର୍ଚ୍ଚିତ ମନୀଷ ଅନୁରାଗ ମୃତ୍ୟୁ ମାମଲାରେ ନିଲମ୍ବିତ ହେଲେ କନେଷ୍ଟବଳ ପ୍ରସନ୍ନ ବେହେରା । ପ୍ରସନ୍ନ ବେହେରା ହେଉଛନ୍ତି ଭୁବନେଶ୍ୱର ହାବିଲଦାର ଓ କନଷ୍ଟେବଲ ସଂଘର ସମ୍ପାଦକ । ଆଡିସନାଲ ଡିସିପିଙ୍କ ତଦନ୍ତ ଆଧାରରେ ପ୍ରସନ୍ନଙ୍କୁ ଡିସିପି ସସପେଣ୍ଡ କରିଛନ୍ତି । ବିଳମ୍ବିତ ରାତି ଯାଏଁ ଓ କର୍ଫ୍ୟୁ ନିୟମ ଉଲଘଂନ କରି ବାର୍ ଓ ଡ୍ୟାନ୍ସ ବାର୍ ଚାଲିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ  ନିଆଯାଇଛି । ତାଙ୍କୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ ନିଲମ୍ବିତ କରାଯାଇଛି । ମନୀଷ ଓ ତାଙ୍କ ସାଙ୍ଗମାନେ ପ୍ରସନ୍ନ ସାଉଥ ସିଟି ହୋଟେଲରେ ମଉଜ କରିବା ପରେ ୩୫ ହଜାର ଟଙ୍କାର ବିଲକୁ ନେଇ ବଚସା ଏବଂ ପରେ ମର୍ଡର ହୋଇଥିବା ଅଭିଯୋଗ ହୋଇଥିଲା । ପ୍ରସନ୍ନଙ୍କ ବିରୋଧରେ ନିୟମ ଭଙ୍ଗ ଓ କର୍ତ୍ତବ୍ୟରେ ଅବହେଳା କରିବା ଏବଂ ଭାଇଙ୍କ ନାଁରେ ଲିଜ୍ ନେଇ ପ୍ରସନ୍ନ ସାଉଟ୍ ସିଟି ବାର୍ ଚଳାଉଥିବା ଅଭିଯୋଗ ହୋଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।