You are currently viewing ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ

ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ

ଭୁବନେଶ୍ୱର-୧୯.୦୯.୨୦୨୧, ମନୋରମାଙ୍କ ଆଜି ହେବ ଶେଷକୃତ୍ୟ । ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ସମାଜର ପୂର୍ବତନ ସମ୍ପାଦିକା ତଥା ରାଧାନାଥ ରଥଙ୍କ କନ୍ୟା ସାହିତ୍ୟିକା ମନୋରମା ମହାପାତ୍ରଙ୍କ ଆଜି ଅପରାହ୍ନରେ ପୁରୀ ସ୍ୱର୍ଗଦ୍ୱାରଠାରେ ଶେଷକୃତ୍ୟ ସମ୍ପନ୍ନ କରାଯିବ । ଏନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଗତକାଲି ଚିକିତ୍ସିତ ଅବସ୍ଥାରେ କଟକ ଠାରେ ତାଙ୍କ ବିୟୋଗ ହୋଇଥିଲା । ତାଙ୍କ ପରିବାର ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଅପରାହ୍ନରେ ମନୋରମାଙ୍କ ମର ଶରୀର କଟକରୁ ବାହାରି ସ୍ୱର୍ଗଦ୍ୱାର ଠାରେ ପହଞ୍ଚିବ ଓ ସେଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ। ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଅନେକ ରାଜନେତା ,କବି ,ଓ ସାହିତ୍ୟିକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।