You are currently viewing ଠାବ ହେଲା ମାଓ କ୍ୟାମ୍ପ,ମାଓବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ

ଠାବ ହେଲା ମାଓ କ୍ୟାମ୍ପ,ମାଓବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ

ମାଲକାନଗିରି,୨୩/୦୯: ଠାବ ହେଲା ମାଓ କ୍ୟାମ୍ପ । ମାଓବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ । ଏହା ମାଲକାନଗିରି ଜିଲ୍ଲା ମାଥିଲି ଥାନା ତୁଳସୀ ପାହଡ ନିକଟ କିରିମିଟି ଗାଁ ନିଟରେ ମାଓ କ୍ୟାମ୍ପ ଠାବ ହୋଇଛି । ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ମାଥିଲି ଥାନା ତୁଳସୀ ପାହଡ ନିକଟ କିରିମିଟି ଗାଁ ନିଟରେ ମାଓ ଥିବା ପୁଲିସ ଗୁଇନ୍ଦା ବିଭାଗରୁ ସୂଚନା ପାଇ ଏକ କମ୍ବିଂ ଅପରେସନ ଆରମ୍ଭ କରିଥିଲେ । ଏହି ଅପରେସନରେ ଏସଓଜି,ଡିଭିଏପ ଓ ବିଏସଏଫ୍ ବାହୀନି ସାମିଲ ଥିଲେ । ସୁରକ୍ଷାକର୍ମୀଙ୍କୁ ଆସିବା ଦେଖି ମାଓବାଦୀମାନେ ଗୁଳି ଚାଳନା କରିଥିଲେ । ଏହା ପରେ ଯବାନ ମାନେ ମଧ୍ୟ ପାଲଟା ଜବାପ ଦେଇଥିଲେ ।ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଗୁଳି ଚାଳନା ପରେ ନକ୍ସଲ ମାନେ ଛତ୍ରଭଙ୍ଗ ଦେଇଥିଲେ । ଏହି ଘଟଣା ପରେ ସେଠାରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଏହି ସର୍ଚ୍ଚ ଅପରେସନରେ ମାଓ ଶିବିରରୁ ବିପୁଳ ପରିମାଣରେ ବିସ୍ଫୋରକ ସାମଗ୍ରୀ ,ଗୁଳି,ଲ୍ୟାଣ୍ଡମାଇନ,କିଟ୍ ବ୍ୟାଗ, ପୋଷାକ ଏବଂ ମାଓ ପୋଷ୍ଟର ଜବତ ହୋଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।