You are currently viewing ୭୦% ପାଠ୍ୟକ୍ରମରେ ହେବ ମାଟ୍ରିକ ପରୀକ୍ଷା

୭୦% ପାଠ୍ୟକ୍ରମରେ ହେବ ମାଟ୍ରିକ ପରୀକ୍ଷା

ଭୁବନେଶ୍ୱର-୦୨.୦୭.୨୦୨୧, ଜୁନ୍ ୨୫ ତାରିଖ ଦିନ ରାଜ୍ୟରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ମାଟ୍ରିକ ମୂଲ୍ୟାୟନରେ ଅନେକ ଛାତ୍ରଛାତ୍ରୀ ଅସନ୍ତୁଷ୍ଟ ହୋଇଥିଲେ । ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ଜୁଲାଇ ୩୦ରୁ ଅଫ୍‌ଲାଇନ୍ ପରୀକ୍ଷା ହେବ। ଏଥିପାଇଁ ଜୁଲାଇ ୫ରୁ ୧୪ ତାରିଖ ପର୍ଯ୍ୟନ୍ତ ଫର୍ମ ପୂରଣ କରାଯିବ। ଏନେଇ ଗୁରୁବାର ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାସହ ମାଟ୍ରିକ୍‌ ପରୀକ୍ଷା ନିମନ୍ତେ ସବୁ ପରୀକ୍ଷାର୍ଥୀଙ୍କ ପାଇଁ ବୋର୍ଡ ପକ୍ଷରୁ ପରୀକ୍ଷା ଫିସ୍ ଛାଡ଼ ଘୋଷଣା କରାଯାଇଛି। ଚଳିତ ବର୍ଷ ସପ୍ଲିମେଣ୍ଟାରୀ ପରୀକ୍ଷା ହେବ ନାହିଁ।

ମାଟ୍ରିକ ଅଫଲାଇନ ପରୀକ୍ଷା ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଯେଉଁ ଛାତ୍ରଛାତ୍ରୀମାନେ ଅସନ୍ତୁଷ୍ଟ , ସେମାନେ ଅଫଲାଇନ ପରୀକ୍ଷା ଦେଇପାରିବେ । ୭୦% ପାଠ୍ୟକ୍ରମକୁ ନେଇ ହେବ ଇଚ୍ଛାଧୀନ ମାଟ୍ରିକ ପରୀକ୍ଷା। ଜୁଲାଇ ୩୦ରୁ ଅଗଷ୍ଟ ୫ ମଧ୍ୟରେ ପରୀକ୍ଷା କରାଯିବା ପାଇଁ ପ୍ରସ୍ତୁତି ଚାଲିଛି । ୧୫ ଦିନରେ ଫଳ ପ୍ରକାଶ କରିବା ପାଇଁ ଚେଷ୍ଟା କରାଯିବ। ପ୍ରଶ୍ନପତ୍ରର ରୂପରେଖ ନେଇ ନିଷ୍ପତ୍ତି ନେବେ ବୋର୍ଡ କର୍ତ୍ତୃପକ୍ଷ । ଫଳ ପ୍ରକାଶ ପରେ +୨ ନାମଲେଖା ପାଇଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ ।

ଅନ୍ୟମାନଙ୍କୁ ଜଣାନ୍ତୁ।