You are currently viewing ଆସନ୍ତା କାଲିଠାରୁ ରାଜ୍ୟରେ ମାଟ୍ରିକ୍ ସମେଟିଭ୍-୧ ପରୀକ୍ଷା

ଆସନ୍ତା କାଲିଠାରୁ ରାଜ୍ୟରେ ମାଟ୍ରିକ୍ ସମେଟିଭ୍-୧ ପରୀକ୍ଷା

ଭୁବନେଶ୍ୱର(ଏଏନଏସ)୦୪.୦୧.୨୦୨୨, ଆସନ୍ତା କାଲିଠାରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍ ସମେଟିଭ୍-୧ ପରୀକ୍ଷା । ରାଜ୍ୟର ୩୦୯୩ କେନ୍ଦ୍ରରେ ମାଟ୍ରିକ୍ ସମେଟିଭ୍-୧ ପରୀକ୍ଷା ହେବ ।  କାଲିଠାରୁ ୮ ତାରିଖ ପର୍ଯ୍ୟନ୍ତ ୪ ଦିନ ପରୀକ୍ଷା ଚାଲିବ । ଦିନକୁ ୨ଟି ସିଟିଂରେ ପରୀକ୍ଷା ହେବ । ରାଜ୍ୟର ୫ ଲକ୍ଷ ୭୬ ହଜାର ୨୨୩ ଛାତ୍ରଛାତ୍ରୀ ଓଏମଆର୍ ସିଟରେ ଦେବେ ପରୀକ୍ଷା ।  ଏଥିପାଇଁ ୩୧୧ ନୋଡାଲ କେନ୍ଦ୍ରକୁ ପ୍ରଶ୍ନପତ୍ର ପଠାସରିଛି । ଏନେଇ  ପ୍ରେସମିଟରେ ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ,  ୬୨ଟି ଜିଲ୍ଲା ସ୍ତରୀୟ ଓ ୪୦ଟି କେନ୍ଦ୍ରୀୟ ସ୍କ୍ୱାଡ ବ୍ୟବସ୍ଥା କରାଯାଇଛି । କେନ୍ଦ୍ର ଅଧୀକ୍ଷକଙ୍କ ବ୍ୟତୀତ କେହି ମୋବାଇଲ ଫୋନ୍ ରଖିପାରିବେନି । ସ୍କ୍ୱାଡ ସଦସ୍ୟ ବି ଅଧ୍ୟକ୍ଷକଙ୍କୁ ମୋବାଇଲ ଦେଇ କେନ୍ଦ୍ରକୁ ଯିବେ । ସବୁ ପରୀକ୍ଷା କେନ୍ଦ୍ରରେ ସକାଳ ୭ରୁ ଦିନ ୨ଟା ଯାଏ କଡ଼ା ସୁରକ୍ଷା ବ୍ୟବସ୍ଥା ରହିବ । ଏହା ସହ ପ୍ରତିଦିନ କେନ୍ଦ୍ରକୁ ବିଶୋଧନ କରାଯିବ ।

ଅନ୍ୟମାନଙ୍କୁ ଜଣାନ୍ତୁ।