You are currently viewing ରାଜ୍ୟରେ ମ୍ୟାଟ୍ରିକ୍ ଓ +୨ ପରୀକ୍ଷା ସ୍ଥଗିତ

ରାଜ୍ୟରେ ମ୍ୟାଟ୍ରିକ୍ ଓ +୨ ପରୀକ୍ଷା ସ୍ଥଗିତ

ଭୁବନେଶ୍ୱର, ରାଜ୍ୟରେ ସ୍ଥଗିତ ହେଲା ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା । ସ୍ଥଗିତାଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ସଂକ୍ରମଣ ବୃଦ୍ଧି ହେଉଥିବାରୁ ବୋର୍ଡ ପରୀକ୍ଷା ସ୍ଥଗିତ ନିଷ୍ପତ୍ତି ନିଆଯାଇଛି । ତେବେ ରାଜ୍ୟରେ କରୋନାର ସ୍ଥତି ଦେଖି ଆଗାମୀ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ରହିଛି । ନବମ ଏବଂ ଏକାଦଶ ଶ୍ରେଣୀର ପିଲାମାନେ ବିନା ପରୀକ୍ଷାରେ ପାସ ହେବେ । ଏହା ସହ କରୋନା ସଂକ୍ରମଣ ବଢ଼ୁଥିବାରୁ ଆସନ୍ତା ୧୯ ତାରିଖ ଠାରୁ ବନ୍ଦ ରହିବ ସବୁ ସ୍କୁଲ ଓ ହଷ୍ଟେଲ । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଅନ୍ୟମାନଙ୍କୁ ଜଣାନ୍ତୁ।