aiims

ଏଣିକି ଡ୍ରୋନ୍ ସାହାଯ୍ୟରେ ରୋଗୀଙ୍କ ପାଖରେ ପହଞ୍ଚିବ ମେଡିକାଲ ସୁବିଧା: ଏମ୍ସରେ ପ୍ରଥମ ଥର ପାଇଁ ପରୀକ୍ଷଣ ହେଲା ଡ୍ରୋନ୍ ସେବା 

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ):  ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମଧ୍ୟ ଡ୍ରୋନ୍ ବ୍ୟବବହାର କରି ଲୋକମାନଙ୍କୁ ଅତ୍ୟାବଶ୍ୟକୀୟ ସ୍ୱାସ୍ଥ୍ୟସେବା ଯୋଗାଇଦିଆଯାଇ ପାରିବ । ଅପହଂଚ ଅଂଚଳ ଗୁଡ଼ିକରେ ମେଡ଼ିସିନ୍ ଠାରୁ ଆରମ୍ଭ କରି ରକ୍ତ, ପ୍ଲେଟ୍ଲେଟ୍ ଇତ୍ୟାଦିକୁ ସହଜରେ ଲୋକଙ୍କ ପାଖରେ ପହଂଚାଯାଇପାରିବ ।

ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲରୁ ପ୍ରଥମ ଥର ପାଇଁ ଡ୍ରୋନ୍ ମାଧ୍ୟମରେ ରକ୍ତ ୟୁନିଟକୁ ଖୋର୍ଦ୍ଧା ଟାଙ୍ଗୀ ଅଂଚଳକୁ ପଠାଯାଇଛି । ରକ୍ତ ପଂହଚାଇ ସେହି ଡ୍ରୋନ୍ ସୁରକ୍ଷିତ ଭାବେ ଫେରିଆସିଛି । ଆଗାମୀ ଦିନରେ ସମସ୍ତ ପରୀକ୍ଷଣ ସଫଳ ହେଲେ ଏହି ସେବାକୁ ବ୍ୟାପକ କରାଯିବ ବୋଲି ଏମ୍ସ ନିର୍ଦ୍ଦେଶକ ଡକ୍ଟର ଆଶୁତୋଷ ବିଶ୍ୱାସ କହିଛନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।