You are currently viewing ମେଡ଼ିକାଲରେ ମାଓନେତା

ମେଡ଼ିକାଲରେ ମାଓନେତା

  • Post category:ଓଡିଶା
  • Reading time:1 mins read

ବ୍ରହ୍ମପୁର (ଏ ଏନ୍ ଏସ) ୦୫/୦୭, ମେଡିକାଲରେ ମାଓନେତା ସବ୍ୟସାଚୀ ପଣ୍ଡା । ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ଅସ୍ତ୍ରପଚାର ଲାଗି ଭର୍ତ୍ତି ହୋଇଛନ୍ତି ମାଓବାଦୀ ନେତା ସବ୍ୟସାଚୀ ପଣ୍ଡା । ଏନେଇ ସବ୍ୟସାଚୀଙ୍କ ଓକିଲଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ କିଛି ଦିନ ହେଲା କାନରେ ଯନ୍ତ୍ରଣା ହେଉଥିଲା । ଏହାପରେ ଡାକ୍ତରଙ୍କ ପରାମର୍ଶ ପରେ ମେଡିକାଲରେ ଭର୍ତ୍ତି କରାଯାଇଛି । କଡ଼ା ସୁରକ୍ଷା ମଧ୍ୟରେ ସବ୍ୟସାଚୀ ପଣ୍ଡାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ଖୁବଶୀଘ୍ର ସବ୍ୟସାଚୀଙ୍କ କାନର ଅସ୍ତ୍ରୋପଚାର କରାଯିବ ବୋଲି ତାଙ୍କ ଓକିଲ ସୂଚନା ଦେଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।