You are currently viewing ଅପ୍ରେଲରୁ ମିଳିବ ମଧ୍ୟାହ୍ନ ଭୋଜନ

ଅପ୍ରେଲରୁ ମିଳିବ ମଧ୍ୟାହ୍ନ ଭୋଜନ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ)୨୨/୦୩, ରାଜ୍ୟରେ ଥିବା ସମସ୍ତ ସରକାରୀ ବିଦ୍ୟାଳୟ ଗୁଡିକରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ପୁଣିଥରେ ଆରମ୍ଭ ହେବାକୁ ଯାଉଛି । ଅପ୍ରେଲ ମାସରୁ ଏହା ଆରମ୍ଭ ହେବ ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗ ତରଫରୁ ସୂଚନା ମିଳିଛି । ଏଥିପାଇଁ ସବୁ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ଚିଠି କରାଯାଇଛି । କରୋନା ସମୟରେ ବିଦ୍ୟାଳୟମାନଙ୍କରେ ପିଲାଙ୍କୁ ରନ୍ଧାଖାଦ୍ୟ ଦେବା ବନ୍ଦ କରି ଏହା ବଦଳରେ ଶୁଖିଲା ରାଶନ ଯୋଗାଇ ଦିଆଯିବା ସହ ରନ୍ଧା ବାବଦ ଅର୍ଥ ପିଲାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯୋଗାଇ ଦିଆଯାଉଥିଲା । କିନ୍ତୁ ଏବେ କରୋନା ସଂକ୍ରମଣ କମିବା ପରେ ବିଦ୍ୟାଳୟ ଖୋଲିଛି, ଏଣିକି ପିଲାଙ୍କୁ ପୁଣି ଥରେ ରନ୍ଧାଖାଦ୍ୟ ଦେବାକୁ ନିଷ୍ପତି ନିଆଯାଇଛି । ଏଥିପାଇଁ ସମସ୍ତ ବ୍ୟବସ୍ଥାକୁ ସୂଚାରୁ ରୂପେ ପାଳନ କରିବାକୁ ସ୍ୱତନ୍ତ୍ର ଏସଓପି ଜାରି କରାଯାଇଛି ।

ଅନେକ ଦିନ ଧରି ବିଦ୍ୟାଳୟ ଗୁଡିକ ବନ୍ଦ ରହିଥିଲା ସେଥିପାଇଁ ରୋଷେଇଶାଳାର ଭିତର ବାହାରକୁ ଭଲଭାବେ ପରିଷ୍କାର କରିବା ସହ ଖାଦ୍ୟ ରାନ୍ଧିବା ପୂର୍ବରୁ ରୋଷେଇ ସାମଗ୍ରୀକୁ ଭଲ ଭାବେ ଯାଞ୍ଚ କରିବାକୁ ନିର୍ଦେଶ ଦିଆଯାଇଛି | ୨୦୨୦ ମାର୍ଚ୍ଚ୧୩ ତାରିଖରୁ ବିଦ୍ୟାଳୟ ଗୁଡିକ ବନ୍ଦ ରହିଥିଲା ତେଣୁ ଷ୍ଟକ ଥିବା ସାମଗ୍ରୀର ମାନ ନଷ୍ଟ ହୋଇଯାଇଥିବ ସେଥିପାଇଁ ଏହାର ତଦନ୍ତ କରି ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଉଚ୍ଚଶିକ୍ଷା ଅଧିକାରୀଙ୍କୁ ରିପୋର୍ଟ ଦେବାକୁ କୁହାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।