You are currently viewing ନାବାଳିକା ଝିଅ ସହ ଦୁଷ୍କର୍ମ, ଅଭିଯୁକ୍ତକୁ ପିଟି ମାରିଦେଲେ ବାପା-ଦାଦା

ନାବାଳିକା ଝିଅ ସହ ଦୁଷ୍କର୍ମ, ଅଭିଯୁକ୍ତକୁ ପିଟି ମାରିଦେଲେ ବାପା-ଦାଦା


ରାଇକିଆ (ଏଏନ୍ଏସ୍): କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ମାଣିକେଶ୍ୱର ପଞ୍ଚାୟତ ସିକବାଡ଼ି ଗ୍ରାମରେ ଝିଅ ସହ ଦୁଷ୍କର୍ମ କରିବା ଘଟଣାରେ ବାପା ଓ ଦାଦା ଦୁଷ୍କର୍ମକାରୀକୁ ପିଟି ପିଟି ହତ୍ୟା କରିଛନ୍ତି । ମୃତକ ଜଣକ ହେଲା ଝାଡ଼ଖଣ୍ଡ ଅଞ୍ଚଳର ନିରୁପାଲ ମେହେଟ୍ଟା ବୋଲି ସୂଚନା ମିଳିଛି । ମୃତକ ନିରୁପାଲ ଏକ ରାସ୍ତା କାମରେ ନିୟୋଜିତ ମିକ୍ସଚର ମେସିନ୍ ଡ୍ରାଇଭର୍ ଭାବେ କାମ କରୁଥିଲେ ।
ସୂଚନାଯୋଗ୍ୟ ସିକବାଡ଼ି ଗ୍ରାମର ଏକ ଦିବ୍ୟାଙ୍ଗ ନାବାଳିକାକୁ ଡ୍ରାଇଭର ଜଣକ ଅଶ୍ଳୀଳ ବ୍ୟବହାର କରି ଆସୁଥିଲା । ଆଜି ଘରେ କିଏ ନ ଥିବାବେଳେ ଘରକୁ ଯାଇ ଅସଦାଚରଣ କରିବାରୁ ନାବାଳିକା ଜଣକ ଘରେ କାନ୍ଦି ବାପାକୁ ସମ୍ପୂର୍ଣ୍ଣ ଘଟଣା ପ୍ରକାଶ କରିଥିଲା । ପରେ ବାପା ଓ ଝିଅର ଦାଦା ଆସି ଡ୍ରାଇଭର୍କୁ ପିଟି ପିଟି ହତ୍ୟା କରିଛନ୍ତି । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରିବା ସହ ଡ୍ରାଇଭର୍ର ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।