You are currently viewing ବିଧାୟକଙ୍କୁ ମିଳିଲା ଜାମିନ

ବିଧାୟକଙ୍କୁ ମିଳିଲା ଜାମିନ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ)୦୭/୦୫, ଦେବଗଡ ବିଧାୟକ ସୁବାସ ପାରିଗ୍ରାହୀଙ୍କୁ ମିଳିଲା ଜାମିନ । ୫୦,୦୦୦ ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ମାନ୍ୟବର କୋର୍ଟ ଜାମିନ ପ୍ରଦାନ କରିଛନ୍ତି । ବିଧାୟକଙ୍କ ସହ ଗିରଫ ହୋଇଥିବା ୨ଜଣ ସହଯୋଗୀଙ୍କୁ ମଧ୍ୟ ଅଦାଲତ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ବିଡିଓଙ୍କୁ ମାଡ ଅଭିଯୋଗରେ ବିଧାୟକ ସୁବାସ ପାଣିଗ୍ରାହୀ ଓ ତାଙ୍କର ଦୁଇ ଜଣ ସହଯୋଗୀଙ୍କୁ ଗିରଫ କରିଥିଲା ଦେବଗଡ ପୋଲିସ । ବିଧାୟକଙ୍କ ଗିରଫ ପ୍ରତିବାଦରେ ରାଜ୍ୟ ବିଜେପି ଦଳ ପକ୍ଷରୁ ଗତକାଲି ରାଜ୍ୟସାରା ଜିଲ୍ଲା ଏସପି ଅଫିସ ଘେରାଉ କରିଥିଲା ରାଜ୍ୟ ବିଜେପି ।

ଅନ୍ୟମାନଙ୍କୁ ଜଣାନ୍ତୁ।