You are currently viewing ଉପଜିଲ୍ଲାପାଳଙ୍କୁ ଆକ୍ରମଣ ଘଟଣାରେ ୧୦ରୁ ଉର୍ଦ୍ଧ ଗିରଫ

ଉପଜିଲ୍ଲାପାଳଙ୍କୁ ଆକ୍ରମଣ ଘଟଣାରେ ୧୦ରୁ ଉର୍ଦ୍ଧ ଗିରଫ

  • Post category:ଓଡିଶା
  • Reading time:1 mins read

ବାଲେଶ୍ୱର(୪.୨.୨୩) : ବାଲେଶ୍ୱର ଉପଜିଲ୍ଲାପାଳଙ୍କୁ ବାଲି ମାଫିଆଙ୍କ ଆକ୍ରମଣ ଘଟଣା । ୧୦ରୁ ଉର୍ଦ୍ଧ ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ । ଗତକାଲି ଫୁଲାଡି କଣ୍ଟାବଣିଆ ନିକଟ ବୁଢାବଳଙ୍ଗ ନଦୀରେ ବେଆଇନ ବାଲି ଉତ୍ତୋଳନ ବେଳେ ଉପଜିଲ୍ଲାପାଳ ଚଢାଉ କରିଥିଲେ । ପରେ ବାଲି ମାଫିଆ ଉପଜିଲ୍ଲାପାଳ ଓ ତାଙ୍କୁ ଡ୍ରାଇଭରକୁ ଅତର୍କିତ ଆକ୍ରମଣ କରିଥିଲେ । ଇଟା, ବେଲଚା ଓ ଧାରୁଆ ଅସ୍ତ୍ରରେ ଆଟାକ୍‌ କରିଥିଲେ ବାଲି ମାଫିଆ। ଏହାପରେ ମାଫିଆ ମନେ ଛତ୍ରଭଙ୍ଗ ହୋଇ ଯାଇଥିବା ବେଳେ ଘଟଣାସ୍ଥଳରୁ ପୋଲିସ ଉପଜିଲ୍ଲାପାଳଙ୍କ ଗାଡି ଓ ଅବକାରୀ ଗାଡ଼ିକୁ ଉଦ୍ଧାର କରିଥିଲା। ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ବାଲେଶ୍ଵର ଏସପି ଓ ଜିଲ୍ଲାପାଳ ପହଞ୍ଚି ଉଭୟଙ୍କୁ ଦେଖା କରିବା ସହ ସ୍ଥିତିକୁ ଅନୁଧ୍ୟାନ କରିଥିଲେ ।ଏହାସହ ଘଟଣାସ୍ଥଳରେ ଏକ ପୋଲିସ ଟିମ୍ ପହଞ୍ଚି ଛାନ ଭିନ ଆରମ୍ଭ କରିଥିଲା । ତେବେ ୧୦ରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ ।

ଅନ୍ୟମାନଙ୍କୁ ଜଣାନ୍ତୁ।