You are currently viewing ମା’ ଝିଅଙ୍କୁ ଛୁରାମାଡ଼ ଘଟଣା, ଅଭିଯୁକ୍ତ ଅଟକ

ମା’ ଝିଅଙ୍କୁ ଛୁରାମାଡ଼ ଘଟଣା, ଅଭିଯୁକ୍ତ ଅଟକ

ଭୁବନେଶ୍ୱର(ଏଏନଏସ) ୦୩.୧୧.୨୦୨୧, ଭୁବନେଶ୍ୱରସ୍ଥିତ ଶୈଳଶ୍ରୀବିହାର ଅଞ୍ଚଳରେ ଘରେ ପଶି ମା’ ଝିଅଙ୍କୁ ଛୁରାମାଡ଼ ଘଟଣାର ମୁଖ୍ୟ ଅଭିଯୁକ୍ତ ରୂପେଶ ପଣ୍ଡାଙ୍କୁ ଅଟକ ରଖିଛି କମିଶନରେଟ୍ ପୋଲିସ । ହସ୍ପିଟାଲରୁ ଡିସଚାର୍ଜ ପରେ ରୂପେଶଙ୍କୁ ଅଟକ ପଚରାଉଚରା କରୁଛି ପୋଲିସ ।
ସୂଚନାଯୋଗ୍ୟ ଯେ, ଗତ ୧ ତାରିଖରେ ଚନ୍ଦ୍ରଶେଖରପୁର ଶୈଳଶ୍ରୀବିହାର ଅଞ୍ଚଳରେ ଘରେ ପଶି ମା’ ଝିଅଙ୍କୁ ଛୁରାମାଡ଼ ହୋଇଥିଲା।ଯୁବକଜଣଙ୍କ ମହିଳା ଡ୍ରେସ ପିନ୍ଧି ଘରେ ପଶି ମାଆ,ଝିଅଙ୍କୁ ଆକ୍ରମଣ କରିଥିଲେ। ଏଥିରେ ରୁପେଶ ନିଜେ ମଧ୍ୟ ଆହତ ହୋଇଥିଲେ। ତାଙ୍କର ଶରୀରର ବିଭିନ୍ନ ସ୍ଥାନରେ ଛୁରାମାଡ ହୋଇଥିଲା । ସମସ୍ତଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଲୁଟ୍ ଉଦ୍ଦେଶ୍ୟରେ ଆକ୍ରମଣ କରିଥିବା ପୋଲିସ ସନ୍ଦେହ କରୁଛି।

ଅନ୍ୟମାନଙ୍କୁ ଜଣାନ୍ତୁ।