You are currently viewing ମା ପ୍ରଧାନ ଶିକ୍ଷୟତ୍ରୀ ଝିଅ ପଢାଉଛନ୍ତି ପାଠ

ମା ପ୍ରଧାନ ଶିକ୍ଷୟତ୍ରୀ ଝିଅ ପଢାଉଛନ୍ତି ପାଠ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର – (ବ୍ୟୁରୋ ୨୭.୦୮.୨୦୨୨)ଝିଅ ଉପରେ ଦାୟୀତ୍ୱ ଦେଇ ମା ଏବେ ଅଡୁଆରେ । ଏପରି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରପଡା ଜିଲ୍ଲା ରାଜକନୀକା ବ୍ଲକ ରାଉତ ବର୍ତନୀ ସରକାରୀ ପ୍ରାଥମିକ ବିଦ୍ୟାଳୟରେ । ୧୫ ଦିନ ହେବ ପ୍ରଧାନ ଶିକ୍ଷୟତ୍ରୀ ଅସୁସ୍ଥତା କାରଣରୁ ସ୍କୁଲ ଯାଉ ନାହାନ୍ତି । କିନ୍ତୁ ଝିଅ ଉପରେ ଦାୟୀତ୍ୱ ଦେଇଛନ୍ତି ମା । ତାଙ୍କ ଅନୁପସ୍ଥିତିରେ ଝିଅ ସ୍କୁଲରେ ଯାଇ ପାଠ ପଢାଉଛନ୍ତି । ବର୍ତମାନ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି । ତେବେ ଗତ ୧୫ ଦିନ ହେବ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଅହଲ୍ୟା ବିଶ୍ୱାଳ ସ୍କୁଲ ଯାଇ ନାହାନ୍ତି ଏବଂ ତାଙ୍କ ସ୍ଥାନରେ ତାଙ୍କ ଝିଅ ନିୟମିତ ଭାବେ ସ୍କୁଲରେ ଯାଇ ପିଲାଙ୍କୁ ପାଠ ପଢାଉଛନ୍ତି । ଏହି ଘଟଣାକୁ ନେଇ ରାଜକନୀକା ବିଇଓ କହିଛନ୍ତି ସେ ଗଣମାଧ୍ୟମରୁ ଏହି ଖବର ପାଇ ସ୍କୁଲ ଯାଇଥିଲେ ସେଠାରେ ତାଙ୍କୁ କୁହା ଯାଇଛି ପ୍ରଧାନ ଶିକ୍ଷୟତ୍ରୀଙ୍କ ଝିଅ ଗୋଟିଏ ଦିନ ପାଇଁ ସ୍କୁଲ ଆସିଥିଲେ । ତେବେ ଏ ନେଇ ସେ ଡିଇଓଙ୍କୁ ରିପୋର୍ଟ ଦେବେ ବୋଲି କହିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।