You are currently viewing ଫୁଲବାଣୀ ଅଞ୍ଚଳରେ ଜଘନ୍ୟ ହତ୍ୟାକାଣ୍ଡ

ଫୁଲବାଣୀ ଅଞ୍ଚଳରେ ଜଘନ୍ୟ ହତ୍ୟାକାଣ୍ଡ

ଫୁଲବାଣୀ,୧୮/୦୯(ଏଏନ୍‌ଏସ୍‌): ପରମପାଙ୍ଗା ପଞ୍ଚାୟତ ର ପାଙ୍ଗୁରୁମିଲା ଗ୍ରାମରେ ଘଟିଛି ଏକ ଜଘନ୍ୟ ହତ୍ୟାକାଣ୍ଡ । ଗତ ୧୪ ତାରିଖ ରାତିରେ ଘଟଣାଟି ଘଟିଥିବା କୁହାଯାଇଛି । ଅଭିଯୋଗ ଅନୁଯାୟୀ , ପୁଙ୍ଗୁରୁମିଲାର ଭୁଷ୍କର ପୂଜାରୀ ନିଜ ସାନପୁଅ ଚୈତନ୍ୟ ପୂଜାରୀକୁ ମାରି ଗ୍ରାମର ଏକ କିମି ଦୂର ଟାଙ୍ଗରମିଲାଇର ମୁସକୋଟି ଜଙ୍ଗଲରେ ପୋତି ଦେଇଥିଲେ । ସରପଞ୍ଚ ରମେଶ ମଳିକ ଘଟଣା ସମ୍ପର୍କରେ ବାଲିଗୁଡା ଥାନାରେ ଜଣାଇଥିଲେ । ପୋଲିସ ଦୁଇଦିନ ତଳେ ଘଟିଥିବା ଘଟଣାକୁ ନେଇ ଅଭିଯୁକ୍ତ ବାପା ଓ ତାଙ୍କ ଦୁଇ ପୁଅଙ୍କୁ ଆଣି ଜେରା କରିଥିଲେ । ଶୁକ୍ରବାର ସକାଳେ ମାଜିଷ୍ଟ୍ରେଟ ଦାୟିତ୍ବରେ ଥିବା ବାଲିଗୁଡା ତହସିଲଦାର ଶଶାଙ୍କ ପାତ୍ରଙ୍କ ଉପସ୍ଥିତରେ ମାଟିତଳୁ ବାହାର କରାଯାଇଛି । ଅଭିଯୁକ୍ତ ବାପା କହିଛନ୍ତି ମୁଁ ତାକୁ ମାରିନି ମୋ ପୁଅ ସବୁବେଳେ ମଦ ଗଞ୍ଜେଇ ପାନକରି ଘରେ ଅଶାନ୍ତି ସୃଷ୍ଟି କରୁଥିଲା । ତାକୁ ମିଡ଼ିଆକିଆ ନେବା ସମୟରେ ସେ ଜଙ୍ଗଲକୁ ଚାଲିଯାଇ ଏକ ଗଛରେ ଦଉଡ଼ି ଦେଇ ମରିଗଲା । ମୁଁ ତାକୁ ଗଛରୁ କାଢି ଏଠାରେ ପୋତିଦେଇଥିଲି । ତହସିଲଦାର ଶ୍ରୀ ପାତ୍ର କହିଛନ୍ତି ପୋଲିସ ତଦନ୍ତ ପରେ ସବୁ ବିଷୟରେ ଜଣାପଡିବ । ଏ ଜବାବରେ ଏସଡିପିଓ ମନୋଜ ପୂଜାରୀ କହିଛନ୍ତି ଯେ ସରପଞ୍ଚ କହିବା ପରେ ଏହି ଘଟଣାଟି ଜଣା ପଡିଥିଲା । ଶବକୁ ଉପଖଣ୍ଡ ଚିକିତ୍ସାଳୟରେ ବ୍ୟବଛେଦ କରାଯାଇଛି । ବାଲିଗୁଡା ଥାନାରେ ଏକ ମାମଲା ରୁଜ୍ଜୁ କରାଯାଇଛି।

ଅନ୍ୟମାନଙ୍କୁ ଜଣାନ୍ତୁ।