You are currently viewing ପୂର୍ବତନ ସରପଞ୍ଚଙ୍କୁ ହତ୍ୟା

ପୂର୍ବତନ ସରପଞ୍ଚଙ୍କୁ ହତ୍ୟା

ବ୍ରହ୍ମପୁର(ଏଏନଏସ) ୦୫/୧୧:  ପୂର୍ବତନ ସରପଞ୍ଚଙ୍କୁ ନିର୍ମମ ଭାବେ ହତ୍ୟା। ବ୍ରହ୍ମପୁର ଉପକଣ୍ଠ ସୁକୁଣ୍ଡା ପାଣି ଫ୍ୟାକ୍ଟ୍ରି ନିକଟରୁ ଅନନ୍ତାଇର ପୂର୍ବତନ ସରପଞ୍ଚ ପ୍ରଦୀପ ବିଶୋୟୀଙ୍କ ମୃତଦେହ ଠାବ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ ଆଜି ସକାଳୁ ବଡ଼ବଜାର ଥାନା ବାଉରୀସୁକୁନ୍ଦା ପାଣି ଫ୍ୟାକ୍ଟ୍ରି ନିକଟ ରାସ୍ତାକଡ଼ରୁ ପ୍ରଦୀପ ବିଶୋୟୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତଦେହ ନିକଟରେ ଏକ ଖଣ୍ଡା ପଡ଼ିଥିବା ଦେଖିବାକୁ ମିଳିଛି। ତେବେ ପ୍ରଦୀପଙ୍କୁ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ପୂର୍ବରୁ ଏକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସେ ଜେଲ୍ରେ ଥିଲେ। କିଛିଦିନ ତଳେ ସେ ଜେଲ ରୁ ପାରୋଲରେ ଆସିଥିବା ସୂଚନା ମିଳିଛି । ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇ ତଦନ୍ତ ଜାରି ରଖିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।