You are currently viewing ପରକୀୟା ପ୍ରୀତି ନେଲା ଜୀବନ, ଯୁବକଙ୍କୁ ନିର୍ମମ ଭାବେ ହତ୍ୟା

ପରକୀୟା ପ୍ରୀତି ନେଲା ଜୀବନ, ଯୁବକଙ୍କୁ ନିର୍ମମ ଭାବେ ହତ୍ୟା

କନ୍ଧମାଳ-୧୧.୦୮.୨୦୨୧(ରଞ୍ଜିତ୍ କୁମାର୍ ଦିଗାଲ୍ ), କନ୍ଧମାଳ ଜିଲ୍ଲା ଚକାପାଦ ବ୍ଳକ ଅନ୍ତର୍ଗତ ସୁବାଳିଆ ଗ୍ରାମରେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ସୂଚନା ଅନୁସାରେ, ଯୁବକଙ୍କ ନାମ ଜଷ୍ମନ୍ତ ବେହେରା ବୟସ ୩୫ , ପିତା ଯୋଗେଶ୍ୱର ବେହେରା । ସେ ବ୍ରାହ୍ମଣ ପାଦ ଅଞ୍ଚଳର । ଏହି ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ବ୍ୟକ୍ତିର ନାମ ମକରନ୍ଦ ନାୟକ ବର୍ତ୍ତମାନ ମକରନ୍ଦ ଚକାପାଦ ପୋଲିସ ଆଗରେ ଆତ୍ମସମର୍ପଣ କରିଥିବା ଜଣା ପଡିଛି । ମକରନ୍ଦଙ୍କ କହିବା ଅନୁସାରେ ଜଷ୍ମନ୍ତଙ୍କ ସହ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ବହୁତ ଆଗରୁ ଖରାପ ସମ୍ପର୍କରେ ଥିଲା । ଏହାକୁ ମକରନ୍ଦ ବାରମ୍ବାର ବିରୋଧ କରି ଆସୁଥିଲେ । ଶେଷରେ ପରିସ୍ଥିତି ଅଣାୟତ ହେବାରୁ ହତ୍ଯା କରିଛି ବୋଲି ନିଜେ ମକରନ୍ଦ ପୋଲିସ ଆଗରେ କହିଛନ୍ତି । ଚକାପାଦ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପାଖାପାଖି ସ୍ଥାନକୁ ସିଲ୍ କରି ତଦନ୍ତ ଆରମ୍ଭ କରିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।