You are currently viewing ଆଜି ନାଏବ ସରପଞ୍ଚ ନିର୍ବାଚନ

ଆଜି ନାଏବ ସରପଞ୍ଚ ନିର୍ବାଚନ

ଭୁବନେଶ୍ୱର(ଏଏନଏସ)୧୧/୦୩, ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଶେଷ ହୋଇଯାଇଥିଲେ ମଧ୍ୟ ଏବେ ବି ମୈଦାନ ସରଗରମ ରହିଛି । ତେବେ ଆଜି ରାଜ୍ୟର ସବୁ ପଞ୍ଚାୟତରେ ନାଏବ ସରପଞ୍ଚ ନିର୍ବାଚନ ହେବ । ୧୨ତାରିଖରେ ପଂଚାୟତ ସମିତି ଅଧ୍ୟକ୍ଷ ପଦବୀ ନିମନ୍ତେ ପରୋକ୍ଷ ନିର୍ବାଚନ ଅନୁଷ୍ଠିତ ହେବ। ସେହିପରି ୧୩ତାରିଖରେ ସମସ୍ତ ଜିଲ୍ଲା ପରିଷଦ ସଭାପତି ପାଇଁ ମଧ୍ୟ ପରୋକ୍ଷ ନିର୍ବାଚନ ହେବ ।
ସୂଚନା ଅନୁସାରେ, ନାଏବ ସରପଂଚ ପଦବୀ ପାଇଁ ସକାଳ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ, ସାଢ଼େ ୧୧ଟାରେ ନାମାଙ୍କନ ପତ୍ର ଯାଂଚ ଓ ୧୨ଟା ସୁଦ୍ଧା ନାମାଙ୍କନ ପତ୍ର ପ୍ରତ୍ୟାହାର ହୋଇପାରିବ। ସେହିପରି ୧୨ଟାରୁ ୧ଟା ପର୍ଯ୍ୟନ୍ତ ନାଏବ ସରପଞ୍ଚ ପାଇଁ ଭୋଟ୍ ଗ୍ରହଣ ହେବ । ଦିନ ୧ଟା ପରେ ଭୋଟ ଗଣତି ସରିବା ପରେ ଫଳାଫଳ ଘୋଷଣା କରାଯିବ । ଏନେଇ ସବୁ ଜିଲ୍ଲାପାଳଙ୍କୁ ରାଜ୍ୟ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।