You are currently viewing ନନ୍ଦନକାନନରେ ପଶିଲେ ୨ଟି ଜଙ୍ଗଲୀ ହାତୀ, ପ୍ରବେଶରେ କଟକଣା

ନନ୍ଦନକାନନରେ ପଶିଲେ ୨ଟି ଜଙ୍ଗଲୀ ହାତୀ, ପ୍ରବେଶରେ କଟକଣା

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ)୦୯/୦୩, ନନ୍ଦନକାନନରେ ପଶିଲେ ଦୁଇ ଜଙ୍ଗଲୀ ହାତୀ । ଜିରାଫ ଘୁଆଡ ପଛ ପାଖରେ ଏହି ଦୁଇ ହାତୀ ଥିବା ସନ୍ଦେହ କରାଯାଉଛି । ଯାହାଫଳରେ ପର୍ଯ୍ୟଟକଙ୍କୁ ନନ୍ଦନକାନନରେ ପ୍ରବେଶ ପାଇଁ ବାରଣ କରାଯାଇଛି । ଗତକାଲି ରାତିରୁ ଏହି ଦୁଇଟି ହାତୀ ନନ୍ଦନକାନନ ଭିତରେ ପଶିଥିବା ଜଣାପଡିଛି । ସୁରକ୍ଷା ଦୃଷ୍ଟିରୁ ଆଜି ସକାଳୁ ପର୍ଯ୍ୟଟକଙ୍କୁ ନନ୍ଦନକାନନ ଭିତରକୁ ଛଡାଯାଉ ନାହିଁ। ଦୁଇ ଜଙ୍ଗଲୀ ହାତୀଙ୍କୁ ଘଉଡାଇବା ପରେ ପର୍ଯ୍ୟଟକଙ୍କୁ ପୁଣି ଥରେ ନନ୍ଦନକାନନ ଭିତରେ ପ୍ରବେଶ କରିବାକୁ ଅନୁମତି ମିଳିବ ବୋଲି ସୂଚନା ରହିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।