You are currently viewing ଆତ୍ମସମର୍ପଣ କଲା ନକ୍ସଲ କ୍ରିଷ୍ଣା

ଆତ୍ମସମର୍ପଣ କଲା ନକ୍ସଲ କ୍ରିଷ୍ଣା

  • Post category:ଓଡିଶା
  • Reading time:1 mins read

ମାଲକାନଗିରି-୨୧,୦୪,୨୦୧୧, ଆତ୍ମସମର୍ପଣ କଲା ନକ୍ସଲ କ୍ରିଷ୍ଣା । ମାଲକାନଗିରି ଅଞ୍ଚଳରେ ଦୀର୍ଘଦିନ ଧରି ହିଂସା କାଣ୍ଡ ଘଟାଉଥିବା ନକ୍ସଲ କ୍ରିଷ୍ଣା ଆତ୍ମସମର୍ପଣ କରିଛି । ତେବେ ବିଭିନ୍ନ ହିଂସାକାଣ୍ଡ ସହ ଜଡିତ କ୍ରିଷ୍ଣାକୁ ଧରିବା ପାଇଁ ୩୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ହୋଇଥିଲା । ପରେ ମାଲକାନଗିରି ପୋଲିସ, ବିଏସ୍ଏଫ ଏବଂ ଆନ୍ଧ୍ର ପୋଲିସର ଘନ ଘନ ଚଢ଼ାଉରେ ଏକ ପ୍ରକାର ଭୟଭୀତ ହୋଇଥିବା କ୍ରିଷ୍ଣା ଶେଷରେ ଆନ୍ଧ୍ର ପୋଲିସ ନିକଟରେ ଆତ୍ମସମର୍ପଣ କରିଛି।
ଏଠାରେ ସୂଚନାଯୋଗ୍ୟ, କ୍ରିଷ୍ଣା ମାଲକାନଗିରି ଜିଲ୍ଲାର ତତ୍କାଳୀନ ଜିଲ୍ଲାପାଳ ଭିନିଲ କ୍ରିଷ୍ଣାଙ୍କ ଅପହରଣରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା ।

ଅନ୍ୟମାନଙ୍କୁ ଜଣାନ୍ତୁ।