You are currently viewing ନୟାଗଡ ରେଳ ଷ୍ଟେସନରେ ଭଙ୍ଗାରୁଜା କରିବା ଘଟଣା;କନେଷ୍ଟବଲ ନିଲମ୍ବିତ, ୧୦ଗିରଫ

ନୟାଗଡ ରେଳ ଷ୍ଟେସନରେ ଭଙ୍ଗାରୁଜା କରିବା ଘଟଣା;କନେଷ୍ଟବଲ ନିଲମ୍ବିତ, ୧୦ଗିରଫ

ନୟାଗଡ, ନୟାଗଡ ରେଳ ଷ୍ଟେସନରେ ଭଙ୍ଗାରୁଜା ଏବଂ ଷ୍ଟେସନ ମ୍ୟାନେଜରଙ୍କୁ ଆକ୍ରମଣ କରିବା ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଘଟଣାରେ ସଂପୃକ୍ତ ପୋଲିସ କନେଷ୍ଟବଲଙ୍କୁ ନିଲମ୍ବନ କରିବା ସହ ସଂପୃକ୍ତ ଥିବା ୧୦ ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ ।
ଏଠାରେ ସୂଚନାଯୋଗ୍ୟ ଯେ, ଗତକାଲି ବିଳମ୍ବିତ ରାତିରେ ୧୫ ଜଣ ମଦ୍ୟପାନ କରିବାକୁ ପାଇଁ ରେଳ ଷ୍ଟେସନକୁ ଯାଇଥିଲେ । ପୋଲିସ କର୍ମଚାରୀ ସେମାନଙ୍କୁ ସେଠାରେ ମଦ୍ୟ ପାନ ନକରିବା ପାଇଁ କହିବାରୁ ଷ୍ଟେସନ ଭଙ୍ଗାରୁଜା ସହ ସେଠାରେ ଜରୁରୀ କାଗଜ ପତ୍ର ପୋଡି ଦେଇଥିଲେ ଏବଂ ଷ୍ଟେସନ ମ୍ୟାନେଜରଙ୍କ ମୁଣ୍ଡ ଫଟାଇଦେଇଥିଲେ । ତେବେ ସଂପୃକ୍ତଙ୍କ ୧୫ ଜଣଙ୍କ ମଧ୍ୟରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ ।

ଅନ୍ୟମାନଙ୍କୁ ଜଣାନ୍ତୁ।