You are currently viewing ଆଜି ନିଟ୍ ପ୍ରବେଶିକା ପରୀକ୍ଷା

ଆଜି ନିଟ୍ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର-୧୨.୦୯.୨୦୨୧, ଆଜି ଜାତୀୟ ଯୋଗ୍ୟତା ଓ ନିଟ୍‌ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ଅପରାହ୍ନ ୨ଟାରୁ ୫ଟା ଯାଏ ଅଫ୍‌ଲାଇନ୍‌ ମୋଡ୍‌ରେ ହେବ ପରୀକ୍ଷା । ଚଳିତବର୍ଷ ରେକର୍ଡ ସଂଖ୍ୟକ ୧୬ ଲକ୍ଷ ୧୪ ହଜାର ଛାତ୍ରଛାତ୍ରୀ ମୋଟ ୩ହଜାର ୮୫୮ କେନ୍ଦ୍ରରେ ପରୀକ୍ଷା ଦେବେ । କୋଭିଡ୍‌ କଟକଣାକୁ ଲକ୍ଷ୍ୟ କରି ପରୀକ୍ଷା କେନ୍ଦ୍ର ସଂଖ୍ୟା ଦୁଇ ଗୁଣ ବୃଦ୍ଧି କରାଯାଇଛି । ଓଡ଼ିଆ ସମେତ ୧୩ଟି ଭାଷାରେ ୨୦୨ଟି ସହରରେ ପରୀକ୍ଷା କରୁଛି NTA । MBBS/BDS/BAMS ଭଳି ଡାକ୍ତରୀ ନାମ ଲେଖା ପାଇଁ ହେଉଛି ପରୀକ୍ଷା ।
ଆମ ରାଜ୍ୟରେ ୧୬ ସହରରେ ପରୀକ୍ଷା ହେଉଥିବାବେଳଜ ୩୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଅନୁଗୁଳ, ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ, ରାଉରକେଲା, ସମ୍ବଲପୁର, ବଲାଙ୍ଗୀର, ଭବାନିପାଟଣା, କେନ୍ଦୁଝର, କୋରାପୁଟ, ମାଲକାନଗିରି, ପାରଳାଖେମୁଣ୍ଡି, ଫୁଲବାଣୀ, ରାୟଗଡ଼ା ଓ ପୁରୀ ସହରରେ ପରୀକ୍ଷା ହେବ । ସେହିପରି ରାଜଧାନୀ ଭୁବନେଶ୍ୱରର ୧୬ଟି କେନ୍ଦ୍ରରେ ୧୦ ହଜାର ୯୬୭ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ।

ଅନ୍ୟମାନଙ୍କୁ ଜଣାନ୍ତୁ।