You are currently viewing +୩ରେ ଯୋଡ଼ି ହେଲା ନୂଆ କୋର୍ସ ନୈତିକ ଶିକ୍ଷା

+୩ରେ ଯୋଡ଼ି ହେଲା ନୂଆ କୋର୍ସ ନୈତିକ ଶିକ୍ଷା

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ) ୧୮/୧୨:  ୟୁଜିରେ ଯୋଡ଼ି ହେଲା ନୂଆ କୋର୍ସ ନୈତିକ ଶିକ୍ଷା । ଏହି ସ୍ୱତନ୍ତ୍ର ପାଠ୍ୟକ୍ରମ +୩ରେ ବାଧ୍ୟତାମୂଳକ ବିଷୟ ଭାବେ ସାମିଲ ହୋଇଛି । ଓଡ଼ିଶା ଉଚ୍ଚଶିକ୍ଷା ପରିଷଦ ପକ୍ଷରୁ ‘ନୀତିଶାସ୍ତ୍ର ଓ ମୂଲ୍ୟବୋଧ’ ବା ‘ଏଥିକ୍ସ ଆଣ୍ଡ ଭାଲ୍ୟୁଜ୍’ ବହି ପ୍ରସ୍ତୁତ କରାଯାଇଛି ।  ଏହି ପୁସ୍ତକକୁ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ପରିଷଦ କାର୍ୟ୍ୟାଳୟରେ ଉନ୍ମୋଚନ କରିଛନ୍ତି। ବହିର ଭିଡିଓ ଲେକ୍ଟର ସହ ପରିଷଦ ୱେବସାଇଟରେ ଡିଜିଟାଲ ଭର୍ସନ ଉପଲବ୍ଧ ରହିଛି । ଏହି ବିଷୟରେ ୬ଟି ୟୁନିଟ ରହିଛି। ୟୁଜିର ସବୁ ଷ୍ଟ୍ରିମ୍ ରେ ବାଧ୍ୟତାମୂଳକ ଥିବା ସହ ସମସ୍ତ ୬ଟି ସେମିଷ୍ଟାରରେ ୨୫ ମାର୍କ ଲେଖାଏଁ ପରୀକ୍ଷା ହେବ। ଚଳିତ ଶିକ୍ଷା ବର୍ଷରୁ ୟୁଜିରେ ପ୍ରଥମ ବର୍ଷରେ ନାମ ଲେଖାଇଥିବା ଛାତ୍ରଛାତ୍ରୀମାନଙ୍କ କ୍ଷେତ୍ରରେ ଏହା ଲାଗୁ ହେବ।

ଅନ୍ୟମାନଙ୍କୁ ଜଣାନ୍ତୁ।