You are currently viewing ନବୀନଙ୍କ  ନୂଆ ଟିମ୍

ନବୀନଙ୍କ ନୂଆ ଟିମ୍

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ) ୦୫/୦୬,ଆଜି ଟିମ୍ ନବୀନଙ୍କ ନବକଳେବର । କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଲେ ୧୩ ମନ୍ତ୍ରୀ । ତେବେ ଏହି କ୍ୟାବିନେଟରେ ଜଣେ ନୂଆ ଚେହେରାଙ୍କୁ ଦିଆଯାଇଛି ସ୍ଥାନ । କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ରାଜେନ୍ଦ୍ର ଢୋଲକିଆ । ସେହିଭଳି ୮ଜଣ ମନ୍ତ୍ରୀଙ୍କୁ ରିପିଟ୍ କରାଯାଇଛି।

ଏହାପରେ ନିରଞ୍ଜନ ପୁଜାରୀ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରମିଳା ମଲ୍ଲିକ, ଉଷା ଦେବୀ, ପ୍ରଫୁଲ ମଲ୍ଲିକ, ପ୍ରତାପ କେଶରୀ ଦେବ, ଅତନୁ ସବ୍ୟସାଚୀ ନାୟକ, ପ୍ରଦୀପ କୁମାର ଅମାତ୍ , ନବକିଶୋର ଦାସ, ଅଶୋକ ଚନ୍ଦ୍ର ପଣ୍ଡା, ଟୁକୁନି ସାହୁ, ରାଜେନ୍ଦ୍ର ଢୋଲକିଆ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଏହାସହ ପୂର୍ବରୁ ଥିବା ୪ ମନ୍ତ୍ରୀଙ୍କୁ ବି ଚାନ୍ସ ମିଳିଛି । ଲୋକସେବା ଭବନର କନ୍‌ଭେନ୍‌ସନ୍‌ ହଲ୍‌ରେ ପଦ ଓ ଗୋପନୀୟତା ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ । ଏହି ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ । କ୍ୟାବିନେଟର ପ୍ରଥମ ମନ୍ତ୍ରୀ ଭାବେ ଶପଥ ନେଇଥିଲେ ଜଗନ୍ନାଥ ସାରକା ।

ଅନ୍ୟମାନଙ୍କୁ ଜଣାନ୍ତୁ।