You are currently viewing ନୂଆ ଭ୍ୟାରିଆଣ୍ଟର ସଂକ୍ରମଣ କ୍ଷମତା ଜଣାପଡିନି, ସତର୍କ ରୁହନ୍ତୁ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ନୂଆ ଭ୍ୟାରିଆଣ୍ଟର ସଂକ୍ରମଣ କ୍ଷମତା ଜଣାପଡିନି, ସତର୍କ ରୁହନ୍ତୁ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ) ୨୯.୧୧.୨୦୨୧, କରୋନା ଭାଇରସ ସଂକ୍ରମଣ ଭୟ ଏଯାଏ ଦୁରେଇନଥିବାବେଳେ  କରୋନା ଭାଇରସର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ୍‌ଏବେ ନୂଆ ସମସ୍ୟା ସୃଷ୍ଟି କଲାଣି । ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ଯେ, ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଅନୁସାରେ ଏହି ନୂଆ ଭାରିଆଣ୍ଟ ଉପରେ ଅଧିକ ଅଧ୍ୟୟନ ର ଆବଶ୍ୟକତା ରହିଛି। ଏହାର ସଂକ୍ରମଣ କରିବାର କ୍ଷମତା କେତେ, ରୋଗ କରିପାରିବା କ୍ଷମତା କେତେ,ଭ୍ୟାକ୍ସିନ ଏହାକୁ ମୁକାବିଲା କରିବାରେ କେତେ କ୍ଷମତା ରହିଛି ଏପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ ଭାବରେ ତଥ୍ୟ ନାହିଁ। ଏନେଇ ପରୀକ୍ଷାନିରୀକ୍ଷା କରାଯାଉଛି ।  ଏହି ନୂଆ ଭ୍ୟାରିଏଣ୍ଟ ୧୩ରୁ ଅଧିକ ମ୍ୟୁଟେସନ ରହିଛି। ତେଣୁ ସମସ୍ତେ ସତର୍କ ରହିବା ଦରକାର।
ଅନ୍ୟପଟେ ଏହି ନୂଆ ଭାରିଆଣ୍ଟ ପାଇଁ ପୁଣି ଥରେ କଟକଣା କୁ କଡ଼ା କରାଯାଉଛି । ଏଥିପାଇଁ ନୂଆ ଗାଇଡଲାଇନ ଜାରି କରାଯାଇଛି । ବିଦେଶରୁ ଫେରୁଥିବା ବ୍ୟକ୍ତିଙ୍କ ଉପରେ କଡ଼ା ନଜର ରଖାଯିବ । ଏୟାରପୋର୍ଟ ଦେଇ କୌଣସି ବ୍ୟକ୍ତି ବିଦେଶରୁ ଆସିଲେ ସେମାନଙ୍କ ପାଇଁ କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ ହେବା ।ସେହିପରି ସ୍ୱତନ୍ତ୍ର କ୍ୱାରେଣ୍ଟାଇନ ସେଣ୍ଟର ଖୋଲାଯିବା ସହ ଟେଷ୍ଟି, ଟ୍ରାକିଂ, ଟ୍ରିଟମେଣ୍ଟକୁ ଫୋକସ କରାଯିବ ବୋଲି ଗାଇଡଲାଇନରେ ଉଲ୍ଲେଖ ରହିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।