You are currently viewing NEWS SUPERFAST 2@10

NEWS SUPERFAST 2@10

  • Post category:ଓଡିଶା
  • Reading time:1 mins read

୧. ଆଜି ସଂନ୍ଧ୍ୟାରେ ମାଡାଗାସ୍କରକୁ ହିଟ କରିବ ଭୟଙ୍କର ବାତ୍ୟା ଫ୍ରେଡି । କ୍ୟାଟାଗୋରୀ ୪ ଝଡ ରୂପେ ନେଇ ସ୍ଥଳଭାଗ ଛୁଇଁବ । ଲ୍ୟାଣ୍ଡଫଲ ପୂର୍ବରୁ ପବନର ବେଗ ୧୪୦ କିଲୋମିଟରରୁ ଅଧିକ ରହିବା ଆଶଙ୍କା କରାଯାଉଛି ।
୨. ତୁର୍କୀ ଏବଂ ସିରିଆରେ ଘଟିଥିବା ଭୟଙ୍କର ଭୂମିକମ୍ପ ତାଣ୍ଡବ ମୃତ୍ୟୁ ସଂଖ୍ୟା କମିନଥିବା ବେଳେ ପୁଣି ଏକ ଭୂକମ୍ପରେ ଥରିଲା ତୁର୍କୀ ଏବଂ ସିରିଆ । ଭୂକମ୍ପର ତୀବ୍ରତା ୬.୪ ଥିଲା ।
୩. ଜାତୀୟ ତଦନ୍ତକାରୀ ଦଳ ଗ୍ୟାଙ୍ଗଷ୍ଟର ଫଣ୍ଡିଂ ମାମଲାକୁ ନେଇ ଦେଶର ପ୍ରାୟ ୭୦ରୁ ଅଧିକ ସ୍ଥାନରେ ମଙ୍ଗଳବାର ସକାଳୁ ଚଢାଉ ଆରମ୍ଭ ହୋଇଛି ।
୪. କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ହଠାତ ନେଇଥିବା ଏକ ନିଷ୍ପତ୍ତି ବରିଷ୍ଠ ଅଧିକାରୀମାନଙ୍କୁ ଚିନ୍ତିତ କରି ଦେଇଛି । ବୈଷ୍ଣବ ନିକଟରେ ନିଜ କାର୍ଯ୍ୟାଳୟରୁ ବଜର ହଟାଇ ଦେଇଛନ୍ତି, ଯାହାକୁ ବଜାଇ ଜୁନିୟର ସହାୟକମାନଙ୍କୁ କାର୍ଯ୍ୟାଳୟ ଭିତରକୁ ଆସିବାର ବାର୍ତ୍ତା ଦିଆଯାଉଥିଲା ଏବଂ ତାଙ୍କ ପାଇଁ କାର୍ଯ୍ୟ କୁହାଯାଉଥିଲା ।
୫. ମାଓବାଦୀଙ୍କ ଲଙ୍କାକାଣ୍ଡ । ଲୁହାପଥର ପରିବହନ କରୁଥିବା ଟ୍ରକ ଜାଳିଦେଲେ ଲାଲବାହିନୀ । ଛତିଶଗଡ ନାରାୟଣପୁର ଜିଲ୍ଲାରେ ମାଓବାଦୀଙ୍କ ଲଙ୍କାକାଣ୍ଡ ।
୬. ହରିନାମ ସଙ୍କୀର୍ତ୍ତନରୁ ଗୋଷ୍ଠୀ ସଂଘର୍ଷ । ଟେକା ପଥର ମାଡରେ ଅନେକ ଆହତ । ଉଭୟ ଗୋଷ୍ଠୀର ୬ ଗିରଫ । ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ମଧୁପୁର ଗ୍ରାମରେ ଅଷ୍ଟପ୍ରହର ନାମଯଜ୍ଞ ବେଳେ କିଛି ମହିଳାଙ୍କୁ ଗାଳିଗୁଲଜ ଅଭିଯୋଗରେ ଆରମ୍ଭ ହୋଇଥିଲା ମହାଭାରତ ।
୭. ନବ ଦାସଙ୍କୁ ଗୁଳି ମାରୁଥିବା ବେଳର ଆଉ ଏକ ଫଟୋ ସାମ୍ନାକୁ ଆସିଛି । ସାମ୍ନା ପଟରୁ ଅତି ନିକଟରୁ ଦୁଇ ହାତରେ ବନ୍ଧୁକ ଜାବୁଡି ଧରିଛି । ସିଧା ଛାତି ପାଖରେ ରହିଛି ବନ୍ଧୁକ ।
୮. ଉଚ୍ଚ ଅଦାଲତକୁ ଯିବ କ୍ରଇମବ୍ରାଞ୍ଚ । ନିମହାନସରେ ଗୋପାଳ ଦାସର ମାନସିକ ସ୍ଥିତି ପରୀକ୍ଷା ପାଇଁ ଆବେନ ଖାରଜ । ଆବେଦନ ଖାରଜ ପରେ ଉଚ୍ଚ ଅଦାଲତକୁ ଯିବ କ୍ରଇମବ୍ରାଞ୍ଚ ।
୯. ଆଜି ଛତିଶା ନିଯୋଗ ବୈଠକ । ପୁରୀ ନୀଳାଦ୍ରି ଭକ୍ତ ନିବାଦରେ ସନ୍ଧ୍ୟା ୫ ଟାରେ ବୈଠକ ବସିବ । ବୈଠକରେ ମହାପ୍ରଭୁଙ୍କ ମେଣ୍ଢାପୋଡି ଓ ଦୋଳ ପୂର୍ଣ୍ଣିମା ନୀତି ନିର୍ଘଣ୍ଟ ଉପରେ ଆଲୋଚନା ହେବ ।
୧୦. ଆଜିଠାରୁ ବିଧାନ ସଭା ବଜେଟ ଅଧିବେଶନ । ଗୃହରେ ସରକାରଙ୍କୁ ଘେରିବାକୁ ରଣନୀତି କରିଛନ୍ତି ବିରୋଧି ।

ଅନ୍ୟମାନଙ୍କୁ ଜଣାନ୍ତୁ।