You are currently viewing NEWS SUPERFAST 2@10

NEWS SUPERFAST 2@10

  • Post category:ଓଡିଶା
  • Reading time:1 mins read

୧. ଅଭିନେତା ସଲମାନ ଖାନଙ୍କୁ ପୁଣି ଥରେ ମିଳିଛି ହତ୍ୟା ଧମକ । ଏଥର ସଲମାନଙ୍କୁ ହତ୍ୟା କରିବାର ତାରିଖ ସୁଦ୍ଧା ଘୋଷଣା କରାଯାଇଛି । ଏ ନେଇ ସୂଚନା ଦେଇଛି ମୁମ୍ବାଇ ପୋଲିସ ।
୨. ଦେଶରେ ବଢୁଛି କରୋନା ସଂକ୍ରମଣ । ଦେଶରେ ଗତ ୨୪ ଘଣ୍ଟାରେ ୫ , ୬୭୬ ନୂଆ ସଂକ୍ରମିତ ଚିହ୍ନଟ । ଆକ୍ଟିଭ କେସ ୩୭ ହଜାରକୁ ବୃଦ୍ଧି ପାଇଛି ।
୩. ରାଜସ୍ଥାନ କଂଗ୍ରେସ ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ନିଜ ରାଜ୍ୟ ସରକାର ବିରୋଧରେ ମୋର୍ଚ୍ଚା ଆରମ୍ଭ କରିଛନ୍ତି । ପୂର୍ବର ବାସୁନ୍ଧରା ରାଜେ ନେତୃତ୍ୱାଧୀର ବିଜେପି ସରକାର ସମୟରେ ହୋଇଥିବା ଦୁର୍ନିତି ବିରୋଧରେ କାର୍ଯ୍ୟଅନୁଷ୍ଠାନକୁ ନେଇ ଆଜି ପାଇଲଟ ଏକ ଦିବସୀୟ ଅନଶନରେ ବସିଛନ୍ତି ।
୪. ମର୍ଣ୍ଣିଂ ୱାକ କରୁଥିବା ସମୟରେ ସୋର ଥାନା ନିକଟରେ ବିଜେପି ନଗର ସମ୍ପାଦକ ତଥା ପୂର୍ବତନ କାଉନସିଲର ଲୋକନାଥ ରାଉତଙ୍କୁ ପଛପଟୁ ଭୁଜାଲିରେ ଆକ୍ରମଣ ହୋଇଛି । ସୋର ଥାନା ନିକଟରେ ଏହି ଘଟଣା ଘଟିଛି ।
୫.ଭିଜିଲାନ୍ସ ଜାଲରେ ହିନ୍ଦୋଳ ବ୍ଲକ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ମଲ୍ଲିକ । ଜଣେ ଶିକ୍ଷକଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ ।
୬. କୋଇଲା ଖଣିରେ ଅଘଟଣ ୨ ମୃତ । ଏମସିଏଲ ଗର୍ଜନବାହାଲ କୋଇଲା ଖଣିରେ ଅଘଟଣ ଘଟି ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି ।
୭. ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି ଲୋକଙ୍କୁ ବେହାଲ କରିଛି । ରାଜଧାନୀରେ ତାପମାତ୍ରା ଏତେ ବୃଦ୍ଧି ପାଇଛି ଯେ ଲୋକମାନେ ପାଇଁ ହନ୍ତସନ୍ତ ହେଉଛନ୍ତି । ଗ୍ରୀଷ୍ଣ ପ୍ରବାହକୁ ଦୃଷ୍ଟିରେ ରଖି ବୁଜୁଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଅସିତ ରଞ୍ଜନ ଦାସଙ୍କ ନେତୃତ୍ୱରେ ଆପୋଲୋ ରୋଡ ନିକଟରେ ଜଳ ସେବା କେନ୍ଦ୍ର ଖୋଲା ଯାଇଛି
୮. ବାରାହା ଫାଶରେ ପଡି ଗଲା ଦନ୍ତା ଜୀବନ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ରେଞ୍ଜ ମହଦା ଜଙ୍ଗଲରେ ଦନ୍ତାହାତୀର ମୃତ୍ୟୁ ହୋଇଛି । ବିଦ୍ୟୁତ ତାରରେ ଛନ୍ଦି ହୋଇ ଦନ୍ତାର ଜୀବନ ଯାଇଛି ।
୯.ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ନୀଳାଦ୍ରି ପ୍ରସାଦ ଗ୍ରାମରେ ଘଟିଛି ଅଭାନୀୟ ଘଟଣା । ବାଲି ବୋଝେଇ ହାଇୱା ଧକ୍କାରେ ଜଣେ ମାନସିକ ବିକୃତ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।
୧୦. ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ନିୟମ ଲାଗୁ ହେବା ପରେ ବିଭିନ୍ନ ସମସ୍ୟା ଦେଖିବାକୁ ମିଳିଛି । ସେହି ପରି ଏକ ଅଦଦ୍ଭୁତ ଘଟଣା କେନ୍ଦ୍ରାପଡାରୁ ଆସିଛି । ଭୁବନେଶ୍ୱରରେ ଥିବା ଏକ ବାଇକର ଫାଇନ କଟିଛି କେନ୍ଦ୍ରାପଡାରେ ତା କାର ନାଁରେ ।

ଅନ୍ୟମାନଙ୍କୁ ଜଣାନ୍ତୁ।