You are currently viewing NEWS SUPERFAST 2@10

NEWS SUPERFAST 2@10

  • Post category:ଓଡିଶା
  • Reading time:1 mins read

୧. ଦିଲ୍ଲୀରେ ଲିଭ ଇନ ପାର୍ଟନର ଶ୍ରଦ୍ଧା ୱାକର ହତ୍ୟା ମାମଲାରେ ପ୍ରତି ଦିନ ନୂଆ ତଥ୍ୟ ପ୍ରମାଣ ଯୋଗାଡ କରୁଛି ପୋଲିସ । ମହାରାଷ୍ଟ୍ରରେ ଥିବା ଶ୍ରଦ୍ଧାଙ୍କ ଘନିଷ୍ଟ ବନ୍ଧୁଙ୍କ ବୟାନ ପାଇଁ ପୋଲିସ ତାଙ୍କୁ ଡାକିଛି ।
୨. ଜେଲରେ ମନ୍ତ୍ରୀଙ୍କ ତେଲ ମସାଜ ଭିଡିଓ ଭାଇରାଲ । ସିସି ଟିଭି ଭିଡିଓରେ ଜେଲ ଭିତରେ ଥିବା ଆପ ନେତା ସତ୍ୟେନ୍ଦ୍ର ଜୈନଙ୍କୁ ଜଣେ ବ୍ୟକ୍ତି ତେଲ ମାଲିସ କରୁଥିବା ନଜରକୁ ଆସିଛି । ଏବେ ଏହାକୁ ନେଇ ବିଜେପି ଟାର୍ଗେଟ କରିଛି ।
୩.ପେରୁର ଲିମା ବିମାନବନ୍ଦରରେ ଦୁର୍ଘଟଣା । ରନୱେରେ ଦୁର୍ଘଟଣା । ରନୱେରେ ଏକ ଦମକଳ ଟ୍ରକ ସହିତ ଦୁର୍ଘଟଣା । ଫଳରେ ଟ୍ରକ୍‌ରେ ଥିବା ଦୁଇ ଜଣଙ୍କ ମୃତ୍ୟୁ ହୋଇଛି ।
୪. ଡିସେମ୍ବର ୭ ତାରିଖରୁ ସଂସଦର ଶୀତ ଅଧିବେଶନ । ଏହା ୨୯ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ । ଏ ନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ସୂଚନା ଦେଇଛନ୍ତି ।
୫. ଅର୍ଚ୍ଚନା ନାଗ କଳା ସାମ୍ରାଜ୍ୟର ଗୁମର ଖୋଲୁଛି ଇଡି । ତଦନ୍ତ ସହ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଇଡି ହାତରେ ଲାଗିଛି ଅନେକ ତଥ୍ୟ । ତେବେ ଇଡିରେ ହାଜର ହେଲେ ନାହିଁ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ।
୬. ରେଢାଖୋଲ ବନ ଖଣ୍ଡ ବଡବାହାଳ ରେଞ୍ଜରେ ୨୮ ଟିକିଆ ହାତୀପଲଙ୍କ ଉପଦ୍ରବ ବଢିବାରେ ଲାଗିଛି । ଗତ କାଲି ସନ୍ଧ୍ୟାରୁ ବଡବାହାଲ ରେଞ୍ଜରେ ଚାଷ ଜମିକୁ ହାତୀ ପଲ ନଷ୍ଟ କରିଛନ୍ତି ।
୭. ପ୍ରେମିକର ଘର ସାମ୍ନାରେ ଶଙ୍ଖା ସିନ୍ଦୁର ଧରି ପ୍ରେମିକାର ଧାରଣା । ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ଭଳି ଆଦିବାସୀ ଅଞ୍ଚଳରେ ।
୮. ଓଡିଶା ପଶ୍ଚିମବଙ୍ଗ ଦିଘା ମୁହାଣରେ ମତ୍ସ୍ୟଜିବୀଙ୍କ ଜାଲରେ ବିଶାଳ ଚିଲ ଶଙ୍କ ମାଛ । ମା ଦୁର୍ଗା ନାମକ ଏକ ଟ୍ରଲରରେ ଏହି ବିଶାଳକାୟ ମାଛଟିକୁ ଅଣାଯାଇ ଦୀଘା ମତ୍ସନିଲାମ କେନ୍ଦ୍ରରେ ନିଲାମ କରାଯାଇଛି ।
୯. ମରୟୁର ଭଞ୍ଜ ଜିଲ୍ଲା ୫୩ ନମ୍ବର ରାଜପଥ ଠାକୁରମୁଣ୍ଡା ଆନ୍ଦପୁର ରାସ୍ତାରେ ଦରଦରା ଛକ ନିକଟରେ ଏକ କାର ସହିତ ବାଇକ ର ଧକ୍କା ହେବାରୁ ବାଇକ୍ ଚାଳକ ଗୁରୁତ୍ୱର ହୋଇଛି । ଗୁରୁତ୍ୱରକୁ ୧୦୮ ଆମ୍ବୁଲାନ୍ସରେ ଠାକୁରମୁଣ୍ଡା ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
୧୦. ଆସନ୍ତା ୨୩ ରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଦେବ ଦୀପାବଳି । ଶ୍ରୀଜିଉମାନେ ପିତ୍ରୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ପ୍ରଦାନ କରିବେ । ଏହି ଅବସରରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ ।

ଅନ୍ୟମାନଙ୍କୁ ଜଣାନ୍ତୁ।