You are currently viewing NEWS SUPERFAST 2@10

NEWS SUPERFAST 2@10

  • Post category:ଓଡିଶା
  • Reading time:1 mins read

୧. ଦିଲ୍ଲୀରେ ଜଣେ ଯୁବକ ପ୍ରେମିକାକୁ ୩୫ କାଟିବା ପରେ ଏବେ ଆୁ ଏକ ଘଟଣା ସମ୍ନାକୁ ଆସିଛି । ନିଜ ପରିବାରର ୪ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରିଛି ଜଣେ ଯୁବକ । ବାପା , ମା , ଭଉଣୀ ଓ ଜେଜେ ମା’କୁ ଛୁରୀରେ ଭୁସି ହତ୍ୟା କରିଛି ପୁଅ । ପୋଲିସ ଅଭିଯୁକ୍ତକୁ ଗିରଫ କରି ତଦନ୍ତ କରୁଛି ।
୨. ଟିଭି ଚ୍ୟାନେଲ ସର୍ବୋଚ୍ଚ ମୂଲ୍ୟ ୧୯ ଟଙ୍କା । ଡିଟିଏଚ୍ ଅପରେଟରମାନଙ୍କ ଲାଗି ନୂଆ ଟାରିଫ ଅର୍ଡର ୨.୦ରେ ସଂଶୋଧନ କରାଯାଇ ଏହି ନୂଆ ଦର ଲାଗୁ ହୋଇଛି । ଏଥିରେ ନିୟମ ୨୦୨୩ ଫେବ୍ରୃଆରି ୧ରୁ ଲାଗୁ ହେବ ।
୩. ଯାଜପୁର ଜିଲ୍ଲାରେ କବାଡି ଗୋଦାମରେ ନିଆଁ । କୋରେଇ ଥାନା ଧନେଶ୍ୱର ଛକରେ ନିକଟରେ ଥିବା କବାଡି ଗୋଦାମରେ ଅଗ୍ନିକାଣ୍ଡ ହୋଇଛି । ଘଟଣା ସ୍ଥଳରେ ଅଗ୍ନିସମ ବାହିନୀର ୨ଟି ଟିମ ପହଞ୍ଚି ନିଆଁ ଲିଭାଇଛନ୍ତି ।
୪. ପୂର୍ବତନ ମନ୍ତ୍ରୀ ଗୋଲକ ନାୟକଙ୍କ ଦେହାନ୍ତ । ଆଜି ସକାଳ ୧୦ ଟା ସମୟରେ ବାରିପଦା ସ୍ଥିତ ଏକ ଘରୋଇ ନର୍ସିଂ ହୋମରେ ଚିକିତ୍ସାଧୀନ ଥିବା ବେଳେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଦୀର୍ଘ ଦିନରୁ ସେ କିଡନୀ ରୋଗରେ ପୀଡିତ ଥିଲେ ।
୫. ଆଜି ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ । ୫ ଦଫା ଦାବିରେ ଡାକରା ଦେଇଛି ସମ୍ବଲପୁର ନାଗରିକ କ୍ରିୟାନୁଷ୍ଠାନ କମିଟି । ପ୍ରଭାବିତ ହୋଇଛି ଜୀବନଯାତ୍ରା । ଗାଡି ଚଳାଚଳ ଠପ ।
୬. ଆଜିଠାରୁ ଆରମ୍ଭ ହୋଇଛି ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ସମେଟିଭ -୧ ପରୀକ୍ଷା । ରାଜ୍ୟରେ ମୋଟ ୫ ଲକ୍ଷ ୪୨ ହଜାର ୮୦୭ ଛାତ୍ରଛାତ୍ରୀ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଦେଉଛନ୍ତି ।
୭. କଟକ ପୌର ନିଗମର ପୂର୍ବତନ ଡେପୁଟି ମେୟର ବରିଷ୍ଠ ନେତା ତଥା କଟକ ଘରୋଇ ବସ ମାଲିକ ସଂଘର ସମ୍ପାଦକ ଅଜୟ କୁମାର ବାରିକଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୫୭ ବର୍ଷ ହୋଇଥିଲା ।
୮. ୪ ଶାବକଙ୍କୁ ଜନ୍ମ ଦେଲା ସିଂହୀ ବଜ୍‌ଲି । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିବା ଅଫ୍ରିକୀୟ ସିଂହ ‘ବିଜଲି’ର ତୃତୀୟ ଗର୍ଭରୁ ୪ଟି ଶାବକ ଜନ୍ମ ହୋଇଛନ୍ତି । ଗତ କାଲି ସିଂହ ସଫାରିରେ ଏହି ଶାବକ ଜନ୍ମ କରିଛନ୍ତି । ଏବେ ଜନ୍ମିତ ୪ଟିଙ୍କୁ ମିଶାଇ ବିଜଲି ୩ ଥର ଗର୍ଭଧାରଣରେ ମୋଟ ୧୧ ଟି ଶାବକ ଜନ୍ମ ଦେଇଛି ।
୯. ଅର୍ଚ୍ଚନା ନାଗ ମାମଲାରେ ଇଡିର ଖେଳତାଡ । ଅକ୍ଷୟ ପରିଜାଙ୍କ ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି ବେହେରା ।
୧୦. ପ୍ରଚଣ୍ଡ ଶଦ୍ଦରେ ଥରିଲା ୩ ଜିଲ୍ଲା । ଭଦ୍ରକ, ଯାଜପୁର ସମେତ କେନ୍ଦୁଝର ଜିଲ୍ଲାର ଅନ୍ଦପୁର ଅଞ୍ଚଳ ରେ ଶୁଣା ଯାଇଛି ଏହି ଶଦ୍ଦ । ଏଥି ଯୋଗୁ ଭୟଭୀତ ହୋଇ ପଡିଛନ୍ତି ସ୍ଥାନୀୟ ବାସୀ । ଲୋକମାନେ ଭୟରେ ଘରଭିତରୁ ବାହାରକୁ ଚାଲି ଆସିଥିଲେ । ତେବେ କେଉଁ କାରଣରୁ ଏହି ଶଦ୍ଦ ହୋଇଛି ତାହା ଜଣାପଡି ନାହିଁ ।

ଅନ୍ୟମାନଙ୍କୁ ଜଣାନ୍ତୁ।