You are currently viewing NEWS SUPERFAST 2@10

NEWS SUPERFAST 2@10

  • Post category:ଓଡିଶା
  • Reading time:1 mins read

୧. ଏୟାର ଇଣ୍ଡିଆ ବିମାନରେ ଜଣେ ବୃଦ୍ଧା ମହିଳାଙ୍କ ଉପରେ ପରିସ୍ରା କରିଥିବା ବ୍ୟକ୍ତି ଶଙ୍କର ମିଶ୍ରାଙ୍କୁ ବେଙ୍ଗାଲୁରୁରୁ ଗିରଫ କରିଛି ଦିଲ୍ଲୀ ପୋଲିସ । ତେବେ ଏହି ଘଟଣା ସାର୍ବଜନୀନ ହେବା ପରେ ବ୍ୟକ୍ତି ଜଣଙ୍କ ଫେରାର ହୋଇଯାଇଥିଲେ ।
୨. ସ୍କୁଲରେ ଶିକ୍ଷୟିତ୍ରୀ ଗାଳି କରିବାରୁ ଗୁଳି ମାରିଲା ୬ ବର୍ଷ ଛାତ୍ର । ଆମେରିକାର ଭର୍ଜିଆର ଜଣେ ୬ ବର୍ଷର ଛାତ୍ର ପ୍ରାଥମିକ ବିଦ୍ୟାଳୟରେ ଗୁଳି ଚଳାଇ ଜଣେ ଶିକ୍ଷୟିତ୍ରୀ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
୩. ସ୍ପେଶାଲ ସ୍କାଡ ହାତରେ ଇରାନୀ ଗ୍ୟାଙ୍ଗ । ଏହି ଗ୍ୟାଙ୍ଗ ନିକଟରୁ ୫ଟି ବାଇକ, ୧୭ ସୁନା ଚେନ ଜବତ କରିଛି ପୋଲିସ ।
୪. ଅନଲାଇନରେ ଚିକେନ କବାବ ଠକେଇ କରି ସ୍ୱିଗୀ ଦଣ୍ଡିତ । ଏକ ମାସ ମଧ୍ୟରେ ଅଭିଯୋଗ କରିଥିବା ଖାଉଟିଙ୍କୁ ୨୦ ହଜାର ଟଙ୍କା କ୍ଷତିପୂରଣ ଦେବା ପାଇଁ ଖାଉଟି କମିଶନ ନିର୍ଦ୍ଦେଶ ଦେବା ସହିତ ୧୦ ହଜାର ୫ ଟଙ୍କା ମକଦ୍ଦମା ଖର୍ଚ୍ଚ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
୫. ଭୁବନେଶ୍ୱରରୁ ରାଉଲକେଲାକୁ ଉଡିଲା ବିମାନ । ହକି ବିଶ୍ୱକପ ପୂର୍ବରୁ ରାଉରକେଲାକୁ ବିମାନସେବା । ବିମାନବନ୍ଦରରେ ପତାକା ଦେଖାଇ ଉଡାଣ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ।
୬. କିଛି ଦିପ ହେବ ମୟୁରଭଞ୍ଜରେ ହାଡଭଙ୍ଗା ଶୀତ ପଡୁଛି । ହାଡଭଙ୍ଗା ଶୀତ ଯୋଗୁଁ ଆଜି ଶିମିଳିପାଳ କୁମାରୀରେ ତୁଷାରପାତ ହୋଇଛି । ଶୀତ ଯେଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।
୭. ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କର୍ମଚାରୀ ମାନେ ଠାକୁରମୁଣ୍ଡା ବ୍ଲକ ସାଳନ୍ଦୀ ନଦୀର ବୈରାବ କୁଣ୍ଡକୁ ବଣ ଭୋଜି କରିବାକୁ ଯାଇଥିବା ବେଳେ ପୋଲ ତଳକୁ ଖସିପଡିଲା ବୋଲେରୋ ।
୮. ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ନୂଆ ଅତିଥି । ଧଳା ବାଘୁଣୀ ରୂପା ମା’ ହୋଇଛି । ୩ ଶାବକଙ୍କୁ ଜନ୍ମ ଦେଇଥିବା ବେଳେ ଅଧିକ ଶାବକ ଜନ୍ମ ନେଇ ଆଶା ରଖିଛନ୍ତି କତ୍ତୃପକ୍ଷ ।
୯. ଅନୁଗୁଳର ୩ଟି ସ୍ଥାନରେ ହାତୀ ଆକ୍ରମଣରେ ଦୁଇ ଜଣ ମୃତ । ଆଙ୍ଗାର ବନ୍ଧ ନିକଟରୁ ଫସଲ କରିବା ପାଇଁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ ।
୧୦. ଭଣଜା କୃଷ୍ଣ ହାତରୁ ବଧ ହେଲା ମାମୁଁ କଂସ । ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରାର ପଡିଲା ଯବନୀକା । ଭଣଜା କୃଷ୍ଣ ହାତରୁ ବଧ ହେଲା ମାମୁଁ କଂସ ।

ଅନ୍ୟମାନଙ୍କୁ ଜଣାନ୍ତୁ।