You are currently viewing NEWS SUPERFAST 2@10

NEWS SUPERFAST 2@10

  • Post category:ଓଡିଶା
  • Reading time:1 mins read

୧. ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଦିନକୁ ଦିନ ବଢିବାରେ ଲାଗିଛି । ୟୁକ୍ରେନ ପଶ୍ଚିମ ଦେଶରୁ ମିଳୁଥିବା ସୈନ୍ୟ ସମର୍ଥନ ଯୋଗୁଁ ରୁଷରେ ହଡକମ୍ପ ସୃଷ୍ଟି ହୋଇଛି । ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ସେନା ୟୁକ୍ରେନ ଉପରେ ମିସାଇଲ ମାଡ କରିଛି ।
୨. ଛତିଶଗଡର ବସ୍ତର ଜିଲ୍ଲାରେ ନିର୍ମିତ ଅମର ବାଟିକାକୁ ମୁଖ୍ୟମନ୍ତ୍ରୀ ଉୁପେଶ ବାଘେଲ ଗଣତନ୍ତ୍ର ଦିବସରେ ଲୋକାର୍ପଣ କରିଛନ୍ତି । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଅମର ବାଟିକାରେ ୬୦ ଫୁଟ ଉଚ୍ଚ ଶହିଦ ସ୍ମାରକୀ ନିର୍ମାଣ କରାଯାଇଛି ।
୩. ସରସ୍ୱତୀ ପୂଜାରେ ହାଇଡ୍ରାମା । ସ୍କୁଲରେ ପଶି ସରସ୍ୱତୀଙ୍କ ମୂର୍ତ୍ତିକୁ କଚାଡି ଭାଙ୍ଗି ଦେଲେ ଦୁଇ ଭଉଣୀ । ଏଭଳି ଘଟଣା ଦେଖିବାକୁ ମଳିଛି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ଥାନା ଅନ୍ତର୍ଗତ କଣ୍ଟାପାଳ ସ୍ଥିତ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ।
୪. ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଆଜି ଭୁବନେଶ୍ୱର ରେଳଷ୍ଟେସନରୁ ପ୍ରାୟାଗରାଜ ଓ ବାରାଣାସୀ ଅଭିମୁଖେ ବାହାରିବ ସ୍ୱତନ୍ତ୍ର ଟ୍ରେନ । ଏହାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିବେ ।
୫. ଶ୍ରୀମନ୍ଦିରରେ ଆଜି ଚତୁର୍ଦ୍ଧାମୂତ୍ତିଙ୍କ ଦର୍ଶନ ସହିତ ନୀତି ଅହେତୁକ ବିଳମ୍ବ ହୋଇଛି । ଗତକାଲି ସରସ୍ୱତୀ ପୂଜା ଓ ଚାଚେରୀ ବେଶ ଯୋଗୁଁ ଆଜି ବିଳମ୍ବ ହୋଇଛି ଶ୍ରୀମନ୍ଦିର ନୀତିକାନ୍ତି ।
୬. ମେଘା ପାନୀୟ ଜଳ ପ୍ରକଳ୍ପ ୩୮ ଲକ୍ଷ ଯଙ୍କା ପାଇପ ଚୋରି ମାମଲାରେ ୫ ଜଣ ଅଭିଯୁକ୍ତ ଗିରଫ କରିଛି ପୋଲିସ । ରାୟଗଡା ଜିଲ୍ଲା ବିଷମକଟକ ଥାନା ଅଧିନରେ ରହିଥିବା ମେଗା ପ୍ରକଳ୍ପ ପାଇପ ଚୋରି ଘଟଣାରେ ୫ ଜଣଙ୍କୁ ଗିରଫ କରିଛି ପୋଲିସ ।
୭. ଭିଜିଲାନ୍ସ ଜାଲରେ ଜିଲ୍ଲା ପଶୁ ସମ୍ପଦ କାର୍ଯ୍ୟାଳୟର ବରିଷ୍ଠ କିରାଣୀ । କେନ୍ଦୁଝର ସିଡିଭିଓ ଅଫିସର କିରାଣୀ ମହେନ୍ଦ୍ର ସେଠୀ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ ।
୮. ଆଜି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଭାରତ ରାଷ୍ଟ୍ର ସମିତିରେ ଯୋଗ ଦେବେ କୋରାପୁଟ ଜିଲ୍ଲା ଆଦିବାସୀ ନେତା ଜୟରାମ ପାଙ୍ଗୀ । ଆଜି ବିଧିବଧ ଭାବେ ବିଆରଏସରେ ଦେବେ ଯୋଗ ।
୯. ବର୍ଷକ ପୂର୍ବେ କରିଥିଲା ପ୍ରେମ ବିବାହ । ହେଲେ ବିବାହ ପରେ ସାମାନ୍ୟ ଘଟଣାରେ କଥା କଟାକଟି ହୋଇ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ୱାମୀ । ଏହି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଗିର୍ଲି ଗୁମା ପଞ୍ଚାୟତ ଅଧିନରେ ଥିବା ଡକ୍ରି ବେଡା ଗାଁରେ ।
୧୦. କମିଛି ଶିତ । ରାଜ୍ୟରୁ ଶୀତ ଗାୟବ ହୋଇଛି । ମାଘରେ ଶୀତ ହେବା କଥା । ବିଭିନ୍ନ ସ୍ଥାନରେ ସ୍ୱାଭାବିକ ଠାରୁ ଅଧିକ ଉପରେ ରହୁଛି ପାରଦ । ୧୭ଟି ସହରର ତାପମାତ୍ରା ୩୨ ଡିଗ୍ରୀ ଉପରେ ରହିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।