You are currently viewing ରଣଜୀ ଟ୍ରଫି ପାଇଁ ୨୦ ଜଣିଆ ଦଳ ଘୋଷଣା କଲା ଓସିଏ

ରଣଜୀ ଟ୍ରଫି ପାଇଁ ୨୦ ଜଣିଆ ଦଳ ଘୋଷଣା କଲା ଓସିଏ

ଭୁବେନେଶ୍ବର(ଏଏନଏସ)୦୬.୦୨.୨୦୨୨, ଆସନ୍ତା ରଣଜୀ ଟ୍ରଫି ପାଇଁ ଘୋଷଣା ହୋଇଛି ୨୦ ଜଣିଆ ଓଡିଶା ରଣଜୀ ଟିମ । ସୌରାଷ୍ଟ୍ର ,ମୁମ୍ବାଇ ଓ ଗୋଆ ବିପକ୍ଷ ମ୍ୟାଚ୍ ପାଇଁ ଦଳ ଘୋଷଣା ହୋଇଛି ।ଦଳରେ ଅଧିନାୟକ ହେଲେ ଶୁଭ୍ରାଂଶୁ ସେନାପତି ।
ତେବେ ଦଳରେ ଅନୁରାଗ ଷଡଙ୍ଗୀ, ଶାନ୍ତନୁ ମିଶ୍ର, ସନ୍ଦୀପ ପଟ୍ଟନାୟକ, ଅଭିଷେକ ରାଉତ, ଅଂଶୁମାନ ରାଉତ, ଗୋବିନ୍ଦ ପୋଦ୍ଦାର, ଦେବାଶିଷ ସାମନ୍ତରାୟ, ରାକେଶ ପଟ୍ଟନାୟକ, ସୁଜିତ ଲେଙ୍କା, ରାଜେଶ ଧୂପର, ଜୟନ୍ତ ବେହେରା, ପପୁ ରାୟ, ଶୁଭମ ନାୟକ, ବସନ୍ତ ମହାନ୍ତି, ରାଜେଶ ମହାନ୍ତି, ଦେବବ୍ରତ ପ୍ରଧାନ, ପ୍ରଶାନ୍ତ ରାଣା, ଆଶିଷ ରାୟ ଏବଂ ତାରିଣୀ ସା’ଙ୍କୁ ରଣଜୀ ଟ୍ରଫି ପାଇଁ ଚୟନ କରାଯାଇଛି ।
ଖେଳାଳିମାନଙ୍କ ପ୍ରଦର୍ଶନ ଆଧାରରେ ୨୦ ଜଣ ବେଷ୍ଟ ଖେଳାଳିଙ୍କ ନାମ ଘୋଷଣା କରିଛି ଓସିଏ । ସୂଚନା ଯୋଗ୍ୟ ଯେ, ଅଧିନାୟକ ଶୁଭ୍ରାଂଶୁ ସେନାପତି ଏବଂ ଷ୍ଟାର ଅଲରାଉଣ୍ଡର ଅଭିଷେକ ରାଉତ ରଣଜୀ ଟିମ ସହ ଆଇପିଏଲର ମେଗା ଅକ୍ସନରେ ମଧ୍ୟ ସ୍ଥାନ ପାଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।