You are currently viewing ଶିଶୁ ଟିକାକରଣରେ ଦେଶରେ ନମ୍ବର-୧ ଓଡ଼ିଶା

ଶିଶୁ ଟିକାକରଣରେ ଦେଶରେ ନମ୍ବର-୧ ଓଡ଼ିଶା

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ) ୨୬.୧୧.୨୦୨୧, ଶିଶୁମାନଙ୍କ ସଂପୂର୍ଣ୍ଣ ଟୀକାକରଣ କ୍ଷେତ୍ରରେ ଓଡ଼ିଶା ସମଗ୍ର ଦେଶରେ ପ୍ରଥମ ସ୍ଥାନ ହାସଲ କରିଛି । ଓଡ଼ିଶାରେ ସର୍ବାଧିକ ୯୦.୫% ଶିଶୁ ସବୁ ଟିକା ନେଇଛନ୍ତି ।ଜାତୀୟ ପରିବାର ସ୍ଵାସ୍ଥ୍ୟ ସର୍ବେକ୍ଷଣ(NFHS) ରିପୋର୍ଟରେ ପ୍ରକାଶ ପାଇଛି ।
ରିପୋର୍ଟରେ କୁହାଯାଇଛି ଯେ ୧୨ ମାସରୁ ୨୩ ମାସ ଶିଶୁଙ୍କ ସଂପୂର୍ଣ୍ଣ ଟିକାକରଣ କ୍ଷେତ୍ରରେ ଓଡ଼ିଶା ସମଗ୍ର ଦେଶରେ ୧ନଂ ସ୍ଥାନ ଅଧିକାର କରିଛି । ଓଡ଼ିଶାରେ ୧୨ ମାସରୁ ୨୩ ମାସର ପ୍ରାୟ ୯୦.୫ ପ୍ରତିଶତ ଶିଶୁଙ୍କ ସଂପୂର୍ଣ୍ଣ ଟିକାକରଣ ହୋଇଛି । ୨ୟ ପର୍ଯ୍ୟାୟ ସର୍ଭେରେ ଦେଶର ୧୪ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ସାମିଲ କରାଯାଇଥିଲା ।

ଅନ୍ୟମାନଙ୍କୁ ଜଣାନ୍ତୁ।