You are currently viewing ଓଡିଶା ସାମ୍ବାଦିକ ସଙ୍ଘ ଜଗତସିଂହପୁର ଶାଖାର 2023ବାର୍ଷିକ ଉତ୍ସବ ପାଳିତ

ଓଡିଶା ସାମ୍ବାଦିକ ସଙ୍ଘ ଜଗତସିଂହପୁର ଶାଖାର 2023ବାର୍ଷିକ ଉତ୍ସବ ପାଳିତ

  • Post category:ଓଡିଶା
  • Reading time:1 mins read


ଜଗତସିଂହପୁର(ଏଏନଏସ)୨୦/୦୪, ଓଡିଶା ସାମ୍ବାଦିକ ସଙ୍ଘ ଜଗତସିଂହପୁର ତରଫରୁ ବାର୍ଷିକ ଉତ୍ସବ ଜିଲ୍ଲା ସଂସ୍କୃତି ଭଵନ ଠାର ଅନୁଷ୍ଠିତ ହୋଇଯାଇଛି l ଜଗତସିଂହପୁର ଜିଲ୍ଲା ଓଡିଶା ସାମ୍ବାଦିକ ସଙ୍ଘର ସଭାପତି ସୁନାକର ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମଞ୍ଚାସିନ ଅତିଥିମାନେ ଜଗନ୍ନାଥଙ୍କ ଫଟୋନିକଟରେ ପ୍ରଦୀପ ପ୍ରଜ୍ବଳନ କରିଥିଲେ l ଅତିଥି ମାନଙ୍କୁ ପୁଷ୍ପଗୁଛ, ବ୍ୟାଚପ୍ରଦାନ, ସ୍ୱାଗତ ସଂଗୀତ ଗାନ ପରେ, ପରେ ଅତିଥିମାନଙ୍କ ପରିଚୟ ପ୍ରଦାନ କରାଯାଇଥିଲା l ଆଜିର ସଭାରେ ମୁଖ୍ୟ ଅତିଥି ଭାବରେ ଓଡିଶା ଖାଦ୍ୟଯୋଗାଣ ଓ , ଖାଉଟି କଲ୍ୟାଣ ତଥା ସମବାୟ ବିଭାଗ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ମୁଖ୍ୟ ଵକ୍ତା ପ୍ରଫେସର ସଂଗୀତା ରଥ, ବିଶିଷ୍ଟ ଅତିଥି ଭାବରେ ସରକାରିଦଳ ମୁଖ୍ୟ ସଚେତକ ତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି,ଓ ଶ୍ରୀଜଗନ୍ନାଥ ପ୍ରଚାରକ ବାବା ଶ୍ରୀ ସତ୍ୟନନ୍ଦ ମହାରାଜ, ଜଗତସିଂହପୁର ଜିଲ୍ଲାପରିଷଦ ସଭାପତି ମନୋଜ କୁମାର ଭୋଇ, ଯୋଗଦେଇଥିବା ବେଳେ ସ୍ୱତନ୍ତ୍ର ଅତିଥି ଭାବରେ ଓଡିଶା ସାମ୍ବାଦିକ ସଙ୍ଘ ର ସଭାପତି ଶଶୀଭୁଷଣ ପ୍ରହରାଜ, ସମ୍ପାଦକ କେ ଶ୍ରୀନିବାସ ରାଓ, ସ୍ୱତନ୍ତ୍ର ଅତିଥି ଭାବରେ ଜିଲ୍ଲା ସୂଚନା ଲୋକସମ୍ପର୍କଧିକାରୀ କାମିନୀରଞ୍ଜନ ପଟ୍ଟନାୟକ, କୁଜଙ୍ଗ ବ୍ଲକ ଅଧକ୍ଷା ନିନାରାଣିସାହୁ,, ଜଗତସିଂହପୁର ଜିଲ୍ଲା ସଙ୍ଘ ସମ୍ପାଦକ ଦୃଯ୍ୟଧାନ ମହାରଣା,ପ୍ରମ୍ମୁଖ ମଞ୍ଚାସିନ ଥିଲେ l ଆଜିର ସାମ୍ବାଦିକ ଓ ସେମାନଙ୍କ କର୍ତ୍ତବ୍ୟ, ସମାଜରେ ସେମାନଙ୍କ ସେବା ସମ୍ପର୍କରେ ବାବା ସତ୍ୟନନ୍ଦ ଦଶମହାରାଜ ଆଲୋକପାତ କରିଥିଲେ, ବିଧାୟକ ଶ୍ରୀ ମୁଦୁଲି ପ୍ରିଣ୍ଟମିଡିଆ, ଇଲୋକ୍ଟ୍ରିନିକ ମିଡ଼ିଆ ଓ ବିଶେଷ୍କରି ସୋସିଆଲ ମିଡ଼ିଆ ସମ୍ପର୍କରେ ଆଲୋକପାତ କରିଥିବା ବେଳେ କିଭଳି ଭୁଲ ନିଉଜ ପାଇଁ ଲୋକେ ସମାଜରେ ଦଙ୍ଗା ଉପୁଜୁଛି ସେସମ୍ପର୍କରେ ମଧ୍ୟ ଆଲୋକ ପାତ କରିଥିଲେ ଏଥିସହିତ ସରକାର ସାମ୍ବାଦିକ ମାନଙ୍କ ସୁରକ୍ଷା ପାଇଁ କି, କି ପଦକ୍ଷେପ ନେଉଛନ୍ତି ତାହା ପ୍ରତିପାଦନକରିଥିଲେ l ରାଜ୍ୟ ସଭାପତି ସାମ୍ବାଦିକ ମାନଙ୍କ ସୁରକ୍ଷା ଓ ମଲିକ ମାନଙ୍କର ଶୋଷଣ ର କିଭଳି ଶିକାର ହେଉଛନ୍ତି ସେ ସମ୍ପର୍କରେ ସୂଚନା ଦେଇଥିଲେ l ଶେଷରେ ଅଂଚଳର ବିଶିଷ୍ଟ ବ୍ୟକ୍ତି ବିଶେଙ୍କୁ ସଙ୍ଘ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା l ମଞ୍ଚାସିନ ଅତିଥିମାଙ୍କୁ ମାନପତ୍ର ସହିତ ଉପଢ଼ଙ୍କଣ ପ୍ରଦାନ କରାଯାଇଥିଲା l ଏହି ସଂଘରେ ଆଗାମୀଦିନରେ ସଦସ୍ୟ ମାନଙ୍କର ମୌଳିକ ସମସ୍ୟାର କିଭଳି ସମାଧାନ କରାଯାଇ ପାରିବ ସେଥିପ୍ରତି ସଙ୍ଘ ଯତ୍ନବାନ ଅଛିବୋଲି ସଙ୍ଘ ସଭାପତି ପ୍ରତିଶୃତି ଦେଇଥିଲେ l ସଙ୍ଘ ସାମ୍ବାଦିକ ମାନଙ୍କ ସମସ୍ୟା ସମ୍ପର୍କରେ ସରକାରଙ୍କ ନିକଟରେ ଦାବିକରିବ ବୋଲି ସମ୍ପାଦକ କେ ଶ୍ରୀନିବାସ ରାଓ ପ୍ରକାଶ କରିଥିଲେ l ଜଗତସିଂହପୁର ଜିଲ୍ଲା ର ଓଡିଶା ସାମ୍ବାଦିକ ସଙ୍ଘର ସଦସ୍ୟ ମାନଙ୍କୁ ଆଇକାର୍ଡ, ଓ ବ୍ୟାଗ ପ୍ରଦାନ କରାଯାଇଥିଲା l

ଅନ୍ୟମାନଙ୍କୁ ଜଣାନ୍ତୁ।