You are currently viewing ନିଖୋଜ ଓଡ୍ରାଫ୍ ଯବାନ ସୀତାରାମଙ୍କ ଶରୀର ଏଯାଏ ମିଳିନି

ନିଖୋଜ ଓଡ୍ରାଫ୍ ଯବାନ ସୀତାରାମଙ୍କ ଶରୀର ଏଯାଏ ମିଳିନି

କଟକ-୨୫.୦୯.୨୦୨୧, ଗତକାଲି ମୁଣ୍ଡଳି ବୋଟ୍ ଦୁର୍ଘଟଣାରେ ନିଖୋଜ ଓଡ୍ରାଫ ଯବାନ ସୀତାରାମ ମୁର୍ମୁଙ୍କ ମୃତ ଶରୀର ଏପର୍ଯ୍ୟନ୍ତ ଉଦ୍ଧାର ହୋଇନାହିଁ । ଏନେଇ ଟୁଇଟ୍ କରି ସ୍ପଷ୍ଟୀକରଣ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ତାଙ୍କୁ ଖୋଜିବାକୁ ୧୪ଟି ଟିମକୁ ନିୟୋଜିତ କରାଯାଇଛି । ମହାନଦୀର ୪ଟି ସ୍ଥାନରେ ୮ଟି ଟିମ୍ ପକ୍ଷରୁ ତଲାସୀ ଚାଲିଛି । ଓଡ୍ରାଫର ୫ଟି ଟିମ୍ ସର୍ଚ୍ଚ ଅପରେସନରେ ନିୟୋଜିତ ହୋଇଛନ୍ତି । ମୁଣ୍ଡଳି, ନରାଜ, କାଠଯୋଡ଼ି ଓ ଯୋବ୍ରାରେ ଖୋଜାଖୋଜି ଜାରି ଥିବା ସୂଚନା ରହିଛି ।
ତେବେ ଆଜି ଧବଳେଶ୍ୱର ନିକଟରେ ଏକ କ୍ଷତ ବିକ୍ଷେତ ମୃତଦେହ ଉଦ୍ଧାର ହୋଇଛି । ସେହି ମୃତ ଶରୀରଟି ନିଖୋଜ ଯବାନଙ୍କର ବୋଲି କହିଥିିଲେ ଏସଆରସି ପ୍ରଦୀପ ଜେନା । ତେବେ ପରବର୍ତ୍ତୀ ଟୁଇଟରେ ସେ ଏହି ଖବର ଭୁଲ୍ ବୋଲି ଟୁଇଟ୍ କରିଛନ୍ତି । ଭୁଲ ସୂଚନା ଦେଇଥିବାରୁ ସେ ଦୁଃଖ ପ୍ରକାଶ କରିଛନ୍ତି ।
ଅନ୍ୟପଟେ ମୁଣ୍ଡଳିରେ ଫସି ରହିଥିବା ହାତୀର ପତ୍ତା ମିଳୁନି । ଜୀବନ ବଞ୍ଚାଇବା ପାଇଁ ଘଣ୍ଟା ଘଣ୍ଟା ଧରି ସଂଘର୍ଷ କରୁଥିବା ହାତୀ ଛୁଆର କୌଣସି ଖୋଜ ଖବର ନାହିଁ । ମହାନଦୀର ମୁଣ୍ଡଳି ଠାରେ ଦୀର୍ଘ ଘଣ୍ଟା ଜୀବନ ସହ ସଂଘର୍ଷ ପରେ ହାତୀଟି ବ୍ରିଜ୍ ତଳକୁ ଭାସି ଯାଇଛି । ତେବେ ପ୍ରଶ୍ନ ଉଠୁଛି ହାତୀ ସୁରକ୍ଷିତ ଅଛି କି ନାହିଁ ।

ଅନ୍ୟମାନଙ୍କୁ ଜଣାନ୍ତୁ।