You are currently viewing ପଶ୍ଚିମ ଓଡିଶା ୱେବ ମିଡିଆ ସଂଘର କର୍ମକର୍ତ୍ତା ନିର୍ବାଚିତ

ପଶ୍ଚିମ ଓଡିଶା ୱେବ ମିଡିଆ ସଂଘର କର୍ମକର୍ତ୍ତା ନିର୍ବାଚିତ

  • Post category:ଓଡିଶା
  • Reading time:1 mins read

ବରଗଡ, ସାମ୍ବାଦିକ ହେଉଛନ୍ତି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ବ ମାତ୍ର ଅନେକ ସମୟରେ ୱେବ ଚ୍ୟାନେଲର ସାମ୍ବାଦିକମାନେ ଖବର ପ୍ରସାରଣ ସମୟରେ ବିଭିନ୍ନ ଘଟଣାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି । ଅନେକ ଜିଲ୍ଲାରେ ୱେବ ସାମ୍ବାଦିକ ସଂଘ ନାହିଁ । ଆଜି ଏନେଇ ବରଗଡ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ ସୋହେଲା ଡ଼ାକବଙ୍ଗଳା ଠାରେ ୱେବ ସାମ୍ବାଦିକ ମାନଙ୍କୁ ନେଇ ପଶ୍ଚିମ ଓଡିଶା ୱେବ ମିଡ଼ିଆ ସାମ୍ବାଦିକ ସଂଘ ନାଁରେ ଏକ ସଙ୍ଗଠନ ଆରମ୍ଭ କରାଯାଇଛି । ସଙ୍ଗଠନରେ କର୍ମକର୍ତ୍ତା ମଧ୍ୟ ନିର୍ବାଚିତ ହୋଇଥିଲେ ।

ବରିଷ୍ଠ ସାମ୍ବାଦିକ ଅସିତ କୁମାର ସ୍ୱାଇଁ ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ଉପସଭାପତି ଭାବେ ସାମ୍ବାଦିକ ଧିରେନ ମହାନ୍ତି, ସମ୍ପାଦକ ଭାବେ ଯୁବ ସାମ୍ବାଦିକ ବଳରାମ ଦୀପଙ୍କ ସହ ସମ୍ପାଦକ ଭାବରେ ଯୁଧିଷ୍ଠିର ବାରିକ, କୋଷାଧ୍ୟକ୍ଷ ଭାବେ ସୁବାଷ ଦୋରା , ମିଡ଼ିଆ ପ୍ରଭାରୀ ଭାବେ ବବିତା ଦେବତା, ଲୀଳାମୟ ବେହେରା ଏବଂ ଆଇନ ପରାମର୍ଶ ଦାତା ଭାବେ ଆଇନଜୀବୀ ଆଶୁତୋଷ ରଥଙ୍କୁ ସର୍ବସମ୍ମତି କ୍ରମେ ନିର୍ବାଚିତ କରାଯାଇଥିଲା । ସରକାରଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଦ୍ୱାରା ସମସ୍ତ ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ଏହି ସଙ୍ଘ ପ୍ରୟାସ ଜାରି ରଖିବ ବୋଲି କର୍ମକର୍ତ୍ତା ମାନେ ନିଜ ନିଜର ମତାମତ ରଖିଥିଲେ । ଏହି ଅବସରରେ ପଶ୍ଚିମ ଓଡିଶା ୱେବ ମିଡିଆ ସାମ୍ବାଦିକ ସଂଘର ନବନିର୍ବାଚିତ କର୍ମକର୍ତ୍ତାଙ୍କୁ ସଂଗ୍ରାମୀ ଅଭିବାଦନ ସହ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ଓଡିଶା ଡିଜିଟାଲ ମିଡିଆ ଆସୋସିଏସନର ଆବାହକ ତଥା ବରିଷ୍ଠ ସାମ୍ବାଦିକ ତୁଷାର ପଟ୍ଟନାୟକ ।

ଅନ୍ୟମାନଙ୍କୁ ଜଣାନ୍ତୁ।