You are currently viewing ଆଜିଠୁ ମାଟ୍ରିକ ଅଫଲାଇନ ପରୀକ୍ଷା

ଆଜିଠୁ ମାଟ୍ରିକ ଅଫଲାଇନ ପରୀକ୍ଷା

ଭୁବନେଶ୍ୱର-୩୦.୦୭.୨୦୨୧, କରୋନା ମହାମାରୀ ପାଇଁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାକୁ ବାତିଲ କରାଯାଇଥିଲା । ବିକଳ୍ପ ମୂଲ୍ୟାୟନରେ ଛାତ୍ରଛାତ୍ରୀଙ୍କୁ ମାର୍କ ଦିଆଯାଇଥିଲା । ମାର୍କରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ଅଫଲାଇନ ପରୀକ୍ଷାର ବ୍ୟବସ୍ଥା କରାଯାଇଛି । ଆଜିଠୁ ଆରମ୍ଭ ହୋଇଛି ମାଟ୍ରିକ ଅଫଲାଇନ ପରୀକ୍ଷା।ଆଜିଠାରୁ ଅଗଷ୍ଟ ୫ ତାରିଖ ଯାଏଁ ଚାଲିବ ମାଟ୍ରିକ ପରୀକ୍ଷା । ୫୦୪ଟି କେନ୍ଦ୍ରରେ ୧୫ ହଜାର ୧୩୬ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଉଛନ୍ତି ।ପରୀକ୍ଷାର୍ଥୀମାନେ ପ୍ରତି ବିଷୟରେ ମୋଟ ୮୦ ନମ୍ବରର ପରୀକ୍ଷା ‌ଦେବେ। ପାର୍ଟ-୧ରେ ଅବଜେକ୍ଟିଭ୍ ଓ ପାର୍ଟ-୨ରେ ସବ୍‌ଜେକ୍ଟିଭ୍‌ ପରୀକ୍ଷା ହେବ । ପାର୍ଟ-୧ରେ ୫୦ ନମ୍ବର ଓ ପାର୍ଟ-୨ରେ ୩୦ ନମ୍ବରର ପରୀକ୍ଷା ହେବ ।

ଅନ୍ୟମାନଙ୍କୁ ଜଣାନ୍ତୁ।