You are currently viewing ୫ ହଜାର ସାଚେଟ ୨-ଡିଜି ଔଷଧ ପାଇଁ ଅର୍ଡର କଲେ ରାଜ୍ୟ ସରକାର

୫ ହଜାର ସାଚେଟ ୨-ଡିଜି ଔଷଧ ପାଇଁ ଅର୍ଡର କଲେ ରାଜ୍ୟ ସରକାର

ଭୁବନେଶ୍ୱର -୨୯.୦୫.୨୦୨୧, କରୋନା ଔଷଧ ୨-ଡିଜି ପାଇଁ ଅର୍ଡର ପ୍ଲେସ କଲେ ରାଜ୍ୟ ସରକାର। ସୂତନା ଅନୁସାରେ, ୫ ହଜାର ସାଚେଟ ୨-ଡିଜି ଔଷଧ ପାଇଁ ଅର୍ଡର କରିଛନ୍ତି ସରକାର । ଏନେଇ ସ୍ବାସ୍ଥ୍ୟ ବିଭାଗ ଏସିଏସ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ, କୋଭିଡ ନିରୋଧୀ ଔଷଧ ୨-ଡିଜିର ଗତକାଲି ମୂଲ୍ୟ ନିର୍ଦ୍ଧାରିତ ହୋଇଛି । ପ୍ୟାକେଟ ପିଛା ୯୯୦ ଟଙ୍କା ଧାର୍ଯ୍ୟ କରାଯାଇଛି । ଡିଆରଡିଓ ଦ୍ବାରା ପ୍ରସ୍ତୁତ ଏହି ଔଷଧକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ରିହାତି ଦରରେ ଯୋଗାଇଦିଆଯିବ ବୋଲି କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଥିଲା ।

ଅନ୍ୟମାନଙ୍କୁ ଜଣାନ୍ତୁ।