maa

ଆସନ୍ତାକାଲିଠାରୁ ମା ସମଲେଶ୍ବରୀଙ୍କ ପୀଠ ପରିସରରେ ମାଦକ ଦ୍ରବ୍ୟ ଓ ପାନ ଗୁଟୁଖା ଉପରେ ରୋକ୍

  • Post category:ଓଡିଶା
  • Reading time:1 mins read

ଏଏନଏସ: ଆସନ୍ତାକାଲିଠାରୁ ମା ସମଲେଶ୍ବରୀଙ୍କ ପୀଠ ପରିସରରେ ମାଦକ ଦ୍ରବ୍ୟ, ପାନ ଗୁଟୁଖା, ବିଡି, ସିଗାରେଟ ଆଦି ଦ୍ରବ୍ୟର ବ୍ୟବହାର ଉପରେ ରୋକ ଲଗାଯିବା | ଏନେଇ ଶ୍ରୀ ସମଲେଶ୍ଵରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ନିଷ୍ପତି ନିଆଯାଇଛି । ଶ୍ରୀ ସମଲେଶ୍ଵରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁ ଏନେଇ ସୂଚନା ଦେବା ସହ କହିଛନ୍ତି, ଏହି ନିଷ୍ପତ୍ତିକୁ ନ ମାନିଲେ ଟ୍ରଷ୍ଟ ବୋର୍ଡ ଆର୍ଥିକ ଦଣ୍ଡ ବ୍ୟବସ୍ଥା ଲାଗୁ କରିବ । ମନ୍ଦିର ପରିସରରେ ପବିତ୍ରତା ଓ ପରିଚ୍ଛନ୍ନତା ସମସ୍ତ ଭକ୍ତଙ୍କ ଦାୟିତ୍ଵ। ଟ୍ରଷ୍ଟ ବୋର୍ଡ ସମସ୍ତ ଭକ୍ତ ତଥା ପୂଜକ ଓ କର୍ମଚାରୀମାନଙ୍କୁ ଏହି ନିଷିଦ୍ଧ ପଦାର୍ଥର ବ୍ୟବହାର ନକରିବା ପାଇଁ ନିବେଦନ କରିଛି।

ଅନ୍ୟମାନଙ୍କୁ ଜଣାନ୍ତୁ।