You are currently viewing ରାଜ୍ୟରେ ଠିକ୍ ସମୟରେ ହେବ ପଞ୍ଚାୟତ ନିର୍ବାଚନ

ରାଜ୍ୟରେ ଠିକ୍ ସମୟରେ ହେବ ପଞ୍ଚାୟତ ନିର୍ବାଚନ

ଭୁବନେଶ୍ୱର-୧୦.୦୮.୨୦୨୧, ରାଜ୍ୟରେ ଠିକ୍ ସମୟରେ ହେବ ପଞ୍ଚାୟତ ନିର୍ବାଚନ । ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ।ପଞ୍ଚାୟତ ନିର୍ବାଚନ ନେଇ ସେ କହିଛନ୍ତି ଯେ, ପଞ୍ଚାୟତ ସୀମା ପୁନଃନିର୍ଦ୍ଧାରଣ କାମ ସରିଛି । ନିର୍ବାଚନ ନେଇ ଖୁବଶୀଘ୍ର ନିର୍ବାଚନ କମିଶନଙ୍କୁ ରିପୋର୍ଟ ଦିଆଯିବ ।ଏହା ସହ ପୌର ନିର୍ବାଚନ ପାଇଁ ବି ଆମେ ପ୍ରସ୍ତୁତ ହେଉଛୁ ।’

ତେବେ ପୂର୍ବରୁ ପଞ୍ଚାୟତ ନିର୍ବାଚନ ବିଳମ୍ବରେ ହୋଇପାରେ ବୋଲି ଚର୍ଚ୍ଚା ଜୋର ଧରିଥିଲା । ଆଗାମୀ ୬ ମାସ ମଧ୍ୟରେ ପଞ୍ଚାୟତ ନିର୍ବାଚନ କରାଇବା ନେଇ ରାଜ୍ୟ ନିର୍ବାଚନ କମିଶନଙ୍କୁ ପୂର୍ବରୁ ଚିଠି ଲେଖିଥିଲେ ରାଜ୍ୟ ସରକାର ।ସୂଚନା ଯୋଗ୍ୟ ଯେ, ୨୦୧୭ ମସିହା ଫେବୃଆରୀରେ ରାଜ୍ୟର ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।

ଅନ୍ୟମାନଙ୍କୁ ଜଣାନ୍ତୁ।