You are currently viewing ଭୋଟ୍ ବାକ୍ସ ଉଠାଇ ନେଲେ ଦୁର୍ବୃତ୍ତ, ମତଦାନ ବନ୍ଦ

ଭୋଟ୍ ବାକ୍ସ ଉଠାଇ ନେଲେ ଦୁର୍ବୃତ୍ତ, ମତଦାନ ବନ୍ଦ

ଜଗତସିଂହପୁର (ଏଏନଏସ)୧୮.୦୨.୨୦୨୨, ପଞ୍ଚାୟତ ନିର୍ବାଚନରେ ରାଜ୍ୟରେ ନିର୍ବାଚନୀ ହିଂସା । ଜଗତସିଂହପୁର ଜିଲ୍ଲାର ଦୁଇଟି ବୁଥରୁ ଭୋଟ ବାକ୍ସ ଲୁଟିନେଲେ ଦୁର୍ବୃତ୍ତ । ସୂଚନା ଅନୁସାରେ, ସଦର ବ୍ଲକ ପଟସରା କେନ୍ଦ୍ରର ୧ ଓ ୨ ନମ୍ବର ବୁଥରୁ ଭୋଟ ବାକ୍ସ ନେଇ ପଳାଇଛନ୍ତି ଦୁର୍ବୃତ୍ତ । ମତଦାତାମାନେ ବୁଥକୁ ଆସିବା ପରେ ଏହି ଘଟଣାକୁ ନେଇ ଉତ୍ତେଜନା ଦେଖିବାକୁ ମିଳିଥିଲା। ଏବେ ସେହି ଦୁଇ ବୁଥରେ ମତଦାନ ବନ୍ଦ ରହିଛି । ଘଟଣାସ୍ଥଳରେ ଅଧିକାରୀମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।