You are currently viewing ପଞ୍ଚମ ପର୍ଯ୍ୟାୟରେ ୭୦%ରୁ ଅଧିକ ମତଦାନ

ପଞ୍ଚମ ପର୍ଯ୍ୟାୟରେ ୭୦%ରୁ ଅଧିକ ମତଦାନ

ଭୁବନେଶ୍ୱର(ଏଏନଏସ)୨୪/୦୨, ଆଜି ରାଜ୍ୟରେ ପଞ୍ଚାୟତ ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ଭୋଟ ପାଇଁ ମୋଟ ୨୫ ଟି ଜିଲ୍ଲାର ୪୮ ଟି ବ୍ଲକର ୯୭୫ଟି ଗ୍ରାମ ପଞ୍ଚାୟତରେ ୧୩୧ ଜିଳ୍ଲା ପରିଷଦ ସଭ୍ୟ ପାଇଁ ୧୨,୫୧୪ବୁଥରେ ନିର୍ବାଚନ ଶେଷ ହୋଇଛି । ଏହି ପର୍ଯ୍ୟାୟରେ ମୋଟ ୪୧ ଲକ୍ଷ ୮୮ ହଜାରରୁ ଅଧିକ ଭୋଟର ଥିବାବେଳେ ପ୍ରାରମ୍ଭିକ ସୂଚନା ଅନୁଯାୟୀ ରାଜ୍ୟରେ ମୋଟ ୭୦ ପ୍ରତିଶତ ମତଦାନ ହୋଇଛି ।
ତେବେ ଆଜି କିଛି ସ୍ଥାନରେ ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ନିର୍ବାଚନ କାର୍ଯ୍ୟରେ ଅସୁବିଧା ସୃଷ୍ଟି ହେବା ଫଳରେ ଭୋଟ ଗ୍ରହଣ ବାଧାପ୍ରାପ୍ତ ହୋଇଛି । ଏସମ୍ପର୍କରେ ବିସ୍ତୃତ ସୂଚନା ପାଇଲା ପରେ ରାଜ୍ୟ ନିର୍ବାଚନ କମିଶନ ଅନୁଧ୍ୟାନ କରି ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନେବେ ।
ଚଳିତ ନିର୍ବାଚନରେ ମୋଟ ୯୧,୯୧୩ ବୁଥରେ ୧,୦୬,୩୫୩ ପଦବୀ ପାଇଁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଯେଉଁ ଥିରେ ମୋଟ ୨.୭୯ କୋଟିରୁ ଉର୍ଦ୍ଧ୍ୱ ଭୋଟରମାନଙ୍କ ପାଇଁ ସୁରୁଖୁରୁରେ ଭୋଟ ଦେବା ପାଇଁ ବ୍ୟବସ୍ଥା ହୋଇଥିଲା ।
ଏହି ନିର୍ବାଚନ ପକ୍ରିୟା ରେ ନିୟୋଜିତ ଲକ୍ଷାଧିକ ସରକାରୀ କର୍ମଚାରୀ ଓ ପାଖାପାଖି ୪୦,୦୦୦ ପୋଲିସ କର୍ମଚାରୀ ସେମାନଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁ ଏହି ନିର୍ବାଚନ ସୁରୁଖୁରୁ ରେ ସମ୍ପୁର୍ଣ୍ଣ ହୋଇଛି ।
ଏହି ନିର୍ବାଚନ ପ୍ରକ୍ରିୟାରେ ନିର୍ବାଚନ କର୍ତ୍ତବ୍ୟରେ ନବରଙ୍ଗପୁର ଜିଲ୍ଲାରେ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ପୋଲିସ କର୍ମଚାରୀଙ୍କ ପାଇଁ ରାଜ୍ୟ ନିର୍ବାଚନ କମିଶନ ସେମାନଙ୍କ ପରିବାର ପ୍ରତି ଗମ୍ଭୀର ସମବେଦନା ଜଣାଇବା ସହିତ ସେମାନଙ୍କ ପାଇଁ ୧୫ ଲକ୍ଷ ଟଙ୍କା ପ୍ରତ୍ୟେକ ମୃତକଙ୍କ ପରିବାରକୁ ଦେବା ପାଇଁ ପ୍ରତିଶୃତି ଦେଇଛନ୍ତି ।
ନିର୍ବାଚନ ପ୍ରକ୍ରିୟାରେ ଭାଗ ନେଇଥବବା ସମସ୍ତ ପୋଲିଂ କର୍ମଚାରୀ,ପୋଲିସ କର୍ମଚାରୀ, କିଳ୍ଲା ଓ ପୋଲିସ ପ୍ରଶାସନ,ସମସ୍ତ ରାଜନୈତିକ ଦଳ, ସମସ୍ତ ଗଣମାଧ୍ୟମ ପ୍ରତିନିଧି ଏବଂ ସମସ୍ତ ଭୋଟରଙ୍କୁ ନିର୍ବାଚନ କମିଶନ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।